ବେଣ୍ଟପଦା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ଶିଳାନ୍ୟାସ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫-ଟି ବିଭାଗ ଦ୍ୱାରା ୨ୟ ପର୍ଯ୍ୟାୟରେ ରୂପାନ୍ତରିକରଣ ଯୋଜନାରେ ସାମିଲ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ ୪୫ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାବେଳେ ମଙ୍ଗଳବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ଏଥି ସହିତ ବେଣ୍ଟପଦା ସରପଞ୍ଚ କନକ ସାହୁ ତାଙ୍କ ଶ୍ୱଶୁର ଗଙ୍ଗାଧର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସ୍ଥାପନ କରିଥିବା ମହାତ୍ମା ଗାନ୍ଧୀ, ଜବାହରଲାଲ୍‍ ନେହେରୁ ଓ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତୀ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରଧାନଶିକ୍ଷକ ପବିତ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୫-ଟି ବିଭାଗ ମାଧ୍ୟମରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ଏହି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସରପଞ୍ଚ କନକ ସାହୁ, ସମିତି ସଭ୍ୟ, ପୁରାତନ ଛାତ୍ରସଂସଦ ସଭାପତି ଚୈତନ୍ୟ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ନିରୁପମା ଭଞ୍ଜ, ଶିକ୍ଷାବିତ୍‍ ବିଜୟ କୁମାର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ର ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.