ସାବିତ୍ରୀରଥ ବିଦ୍ୟାପୀଠ ହେବ ରୂପାନ୍ତରିକରଣ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁର ପଞ୍ଚାୟତରେ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ସହଧର୍ମିଣୀଙ୍କ ନାମରେ ନାମିତ ସାବିତ୍ରୀରଥ ବିଦ୍ୟାପୀଠ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିକରଣ ପାଇଁ ମନୋନିତ ହେବା ପରେ ସୋମବାର ସ୍ଥାନୀୟ ବିଧାୟକ ତଥାମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାର ଶିଳାନ୍ୟାସ କରିଛନ୍ତି। ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରାଙ୍କ ସବାପତିତ୍ୱରେ ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାରଙ୍କର ଉନ୍ନତମାନର ଶିକ୍ଷାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ୪୫ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିକରଣ ଯୋଜନା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ଗ୍ରାମ ମୁରବୀ ତଥା ଡକ୍ଟର ରାଧାନାଥ ରଥଙ୍କ ଘନିଷ୍ଠ ସହଯୋଗୀ କଣ୍ଡୁରୀ ଚରଣ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ରୂପାନ୍ତରିକରଣ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ଡକ୍ଟର ରାଧାନାଥ ରଥ ଓ ସାବିତ୍ରୀ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ଗଣ୍ଠିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.