ନିଆରା ଢଙ୍ଗରେ ନୂଆବର୍ଷ ପାଳନ, ଗରିବଙ୍କୁ ବସ୍ତ୍ର ବଣ୍ଟନ

ଆଠଗଡ: ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କିଏ ଭୋଜିଭାତତ କିଏ ନାଚଗୀତରେ ମଜ୍ଜି ଯାଇଥାନ୍ତି। କିନ୍ତୁ ଆଠଗଡର ପୂର୍ବତନ ନଗରପାଳ ଗରିବ ଲୋକଙ୍କୁ ବସ୍ତ୍ର ବଣ୍ଟନ କରି ନିଆରା ଢଙ୍ଗରେ ପାଳିଛନ୍ତି ନବବର୍ଷ ୨୦୨୨ କୁ। ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଓ ତାଙ୍କ ସାନଭାଇ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଏନଏସି ଅନ୍ତର୍ଗତ ୭ନଂ ଓ ୮ନଂ ୱାର୍ଡରେ ବସବାସ କରୁଥିବା ଶତାଧିକ ଗରିବ ଅସହାୟ ମହିଳା ଓ ପୁରୁଷ ବ୍ୟକ୍ତିଙ୍କୁ ନୂତନ ବସ୍ତ୍ର ଦାନ କରି ସେମାନଙ୍କ ମୁଁହରେ ହସ ଫୁଟାଇଛନ୍ତି। ବିଭିନ୍ନ ମହଲରେ ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମଙ୍ଗଳାସାହିର ସଭାନେତ୍ରୀ କଲ୍ୟାଣୀ ବେହେରା, ସଂପାଦିକା ବିଜୟଲକ୍ଷ୍ମୀ ବେହେରା ଓ ଗୁଡୁ ଦାସ ପ୍ରମୁଖ ସ୍ୱେଚ୍ଛାସେବୀ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.