ମହାନଦୀରେ କୁମ୍ଭୀର, ଲୋକେ ଆତଙ୍କିତ

ଆଠଗଡ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ସଦର ବନାଞ୍ଚଳ ଅଧିନ ମୁଣ୍ଡଳିଠାରେ ମହାନଦୀଠାରେ ଏକ କୁମ୍ଭୀର ସ୍ଥାନୀୟ ଲୋକ ଦେଖିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ମହାନଦୀରେ ଭାସିଆସିଥିବା କୁମ୍ଭୀରଟିକୁ ପ୍ରଥମେ କନ୍ଦରପୁର ପାଖରେ କିଛି ଲୋକ ଦେଖିଥିଲେ। ଏ ସଂପର୍କରେ ସ୍ଥାନୀୟ ବନବିଭାଗକୁ ଖବର ଦେବା ପରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଧବଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ରାଜେନ୍ଦ୍ର ପାଲ ସିଂହ ମାଥୁର ଏକ ଦଳ ସହିତ କନ୍ଦରପୁର ଓ ମୁଣ୍ଡଳି ଅଞ୍ଚଳକୁ ଯାଇ କୁମ୍ଭୀରକୁ ଠାବ କରିବାକୁ ଉଦ୍ୟମ କରିଥିଲେ। ଏଥିସହିତ ସ୍ଥାନୀୟ ଲୋକ ଓ ମତ୍ସଜୀବୀଙ୍କୁ ନଦୀ ଭିତରକୁ ନଯିବା ସଙ୍ଗେ ସଙ୍ଗେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବନ କର୍ମଚାରୀ ଓ ଅଧିକାରୀ କୁମ୍ଭୀରର ଚଳପ୍ରଚଳ ଉପରେ ତୀକ୍ଷ୍‍ଣ ନଜର ରଖିଥିବା ରେଞ୍ଜର ଶ୍ରୀ ମାଥୁର ପ୍ରକାଶ କରିଛନ୍ତି।

Comments are closed.