ଫ୍ରେଣ୍ଡସ୍‍ କ୍ଲବ୍‍ ଦ୍ୱାରା ଜଳ ସଂରକ୍ଷଣ ସଚେତନତା

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ୍‍ କ୍ଲବ ପକ୍ଷରୁ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ସଂଗଠନ ସହାୟତାରେ ବୁଧବାର ପ୍ରେଣ୍ଡସ୍‍ କ୍ଲବ ପକ୍ଷରୁ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଦରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନ ଯୋଗଦେଇ ସଂପ୍ରତି ବିଶ୍ୱରେ ଜଳ ସଂକଟ ଦେଖାଦେଲାଣି ବୋଲି କହିବା ସହିତ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ ନକଲେ ଏହା ବିଶମ ସମସ୍ୟା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ।

ବର୍ଷାଜଳକୁ କିପରି ସଂରକ୍ଷିତ କରାଯାଇ ଉପଯୋଗ କରାଯାଇପାରିବ ସେ ସଂପର୍କରେ ଶ୍ରୀ ପ୍ରଧାନ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜଳ ବ୍ୟବହାର ବେଳେ ଅପଚୟ କିପରି ନହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ କ୍ଲବ ପକ୍ଷରୁ ବିଭିନ୍ନ କାନ୍ଥରେ ଜଳ ସଂରକ୍ଷଣ ସଚେତନଧର୍ମୀ ଚିତ୍ର ଅଙ୍କନ କରାଯାଇଥିଲା। କ୍ଲବର ସଂପାଦକ ଭାଷ୍କର ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବଳେ ସଭ୍ୟ ତପନ କୁମାର ସାହୁ, ପ୍ରଦୀପ କୁମାର ସାହୁ, ପ୍ରକାଶ ଦଳାଇ, ସୂର୍ଯ୍ୟକାନ୍ତ ସେଠୀ, ଚନ୍ଦନ ନାୟକ, ଜିତେନ୍ଦ୍ର କୁମାର ସାହୁ, ଦେବାଶିଷ ମହାପାତ୍ର, ମଧୁ ସାହୁ, ଲୁଲୁ ଦଳାଇ ଓ ସଂଜୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.