ଜାତୀୟ ଖାଉଟି ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ

ଆଠଗଡ: ଆଠଗଡ ଉପଖଣ୍ଡସ୍ତରୀୟ ଜାତୀୟ ଖାଉଟି ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଠଗଡ ଖାଉଟି କଲ୍ୟାଣ ସଂଘର ସଭାପତି ପ୍ରାଣକୃଷ୍ଣ ଦାଶ, ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ପ୍ରତିସ୍ୱୀନି ଷଡଙ୍ଗୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ଖାଉଟି କଲ୍ୟାଣ ସଂଘର ସଭ୍ୟ, ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡିସେମ୍ବର ୨୪ତାରିଖ ଦିନ ଜାତୀୟ ଖାଉଟି ଦିବସ ପାଳନ ଅବସରରେ ସକାଳ ୮.୩୦ମିନିଟ ସମୟରେ ୧୦ଟି ଶିକ୍ଷାନୁଷ୍ଠାନର ୧୫୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବିଶ୍ୱନାଥ ବିଦ୍ୟାପୀଠରୁ ବାହାରି ସହର ପରିକ୍ରମା କରିବା ପରେ ସେହି ବିଶ୍ୱନାଥ ବିଦ୍ୟାପୀଠରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଜଣାଅଜଣା ଓ ଅନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ପରେ ଖାଉଟି ସଚେତନତା ସଂପର୍କୀତ ଏକ ସଭା ସେଠାରେ ଆୟୋଜିତ ହେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ଶ୍ରୀମତୀ ଷଡଙ୍ଗୀ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନା କରିଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ମାତ୍ର ୧୫ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଠାଇବା ଲାଗି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.