ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଆଠଗଡ: ଆଠଗଡ ରାଧାନାଥପୁର ଶାସନ ନିବାସୀ ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଭାବେ ପରିଚିତ ତଥା ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ରଥଙ୍କ ସହଧର୍ମିଣୀ ପଙ୍କଜିନୀ ରଥ(୯୦)ଙ୍କର ଶୁକ୍ରବାର ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ପରଲୋକ ହୋଇଥିବାବେଳେ ମୃତ୍ୟୁଶଯ୍ୟାନିକଟର ୩ପୁଅ ଦିନେଶ କୁମାର ରଥ, ଅଶୋକ କୁମାର ରଥ ଓ ପ୍ରଦୀପ କୁମାର ରଥଙ୍କ ସମେତ ୩ ଝିଅ-ଜ୍ୱାଇଁ, ନାତି-ନାତୁଣୀ ଓ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତ ପଙ୍କଜିନୀ ଅତ୍ୟନ୍ତ ସ୍ନେହଶୀଳା, ସଂସ୍କାରୀ, ଆଧ୍ୟାତ୍ମିକ ଚେତନାବାଦୀ ଏବଂ ପରୋକପକାରୀ ମହିଳା ଭାବେ ସର୍ବଜନ ଆଦୃତ ହୋଇଥିଲେ।

ତାଙ୍କ ପରଲୋକରେ ରାଧାନାଥପୁର ଶାସନ ସମେତ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ଫଣିଭୂଷଣ ରଥ, ଜଗଦାନନ୍ଦ ତ୍ରିପାଠୀ, ସାମ୍ବାଦିକ ସତ୍ୟପ୍ରସାଦ ରଥ, ଯୁବସଂଗଠକ ଲକ୍ଷ୍ମୀନାରାୟଣ ଭଞ୍ଜ, ସମାଜସେବୀ ଅଶୋକ ମିଶ୍ର, ସନ୍ତୋଷ ମିଶ୍ର ଓ ଅନୁପ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ସାନପୁଅ ପ୍ରଦୀପ ମୁଖାଗ୍ନି ଦେଇଥିଲେ।

Comments are closed.