ନିରଞ୍ଜନ ମିଶନ ପକ୍ଷରୁ ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର

ଆଠଗଡ: ଆଠଗଡର ହାଉସିଂବୋର୍ଡ କଲୋନୀଠାରେ ଭୁବନେଶ୍ୱର ନିରଞ୍ଜନ ମିଶନ ପକ୍ଷରୁ ଏକ ନିଶୁଳ୍କ ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର ଆୟୋଜନ କରାଯାଇଛି। ଗତ ନଭେମ୍ବର ୨୮ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଡିସେମ୍ବର ୧୪ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ନିରଞ୍ଜନ ମିଶନର ମୁଖ୍ୟ ତଥା ସୁପ୍ରସିଦ୍ଧ ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ଜୀ ମହାରାଜ ଏହି ଶିବିରରେ ଯୋଗଦେଇ ବେଦାନ୍ତ ଦର୍ଶନର ମୂଳତତ୍ତ୍ୱ ଏବଂ ବେଦାନ୍ତରେ ରଚିତ ଜୀବନଚର୍ଯ୍ୟା ଓ ଶରୀର ଚର୍ଯ୍ୟା ସମ୍ପର୍କରେ ଅବତାରଣା କରିବା ସହ ଆହରର ରହସ୍ୟ, ସ୍ନାନ, ଉପବାସ ଓ ଶ୍ରାଦ୍ଧର ବାସ୍ତବିକ ସ୍ୱରୂପ ସଂପର୍କରେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରୁଛନ୍ତି। ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରକରିବା ସହ ସୁସ୍ଥ ଶରୀର ପାଇଁ ଶାକାହାରୀ ହେବା ଏବଂ ଆତ୍ମକଲ୍ୟାଣ କରିବା ଏବଂ ସମାଜର ଉନ୍ନତିରେ ନିଜକୁ ସାମିଲ କରିବା ମନୁଷ୍ୟ ଜୀବନର ଚରମ ଲକ୍ଷ୍ୟ ହେବା ଉଚିତ୍‍ ବୋଲି ଶିବିରାର୍ଥୀଙ୍କୁ ସ୍ୱାମୀ ନିରଞ୍ଜନ ଜୀ ମହାରାଜ ବୁଝାଉଛନ୍ତି। ବୃତ୍ତଚିତ୍ର ମାଧ୍ୟମରେ ବେଦାନ୍ତରେ ବର୍ଣ୍ଣିତ ଜୀବନଚର୍ଯ୍ୟା ଓ ଶରୀରଚର୍ଯ୍ୟା ସଂପର୍କରେ ସେ ଲୋକମାନଙ୍କୁ ବୁଝାଉଛନ୍ତି।

ଆଠଗଡ ବେଦାନ୍ତ ସମିତିର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଶିବିର ସଂଚାଳନରେ ହାଉସିଂବୋର୍ଡ ସଭାପତି ଅନାଦି ଚରଣ ସ୍ୱାଇଁ, ଡାକ୍ତର ଗୋକୁଳାନନ୍ଦ ପତ୍ରୀ, ଜଦୁମଣି ପଟ୍ଟନାୟକ, ଶ୍ରୀନିବାସ ସାମଲ, ବ୍ରଜବନ୍ଧୁ ବାରିକ, ଅକ୍ଷୟ କୁମାର ବର୍ଦ୍ଧନ ଓ ତ୍ରୀର୍ଥବାସୀ ସାହୁ ପ୍ରମୁଖ ସହଯୋଗ କରିଛନ୍ତି।

Comments are closed.