ଶିକ୍ଷାବିତଙ୍କ ପରଲୋକରେ ଶୋକ

ଆଠଗଡ: ଆଠଗଡ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନବକିଶୋର ଦାଶ(୯୫)ଙ୍କର ଗୁରୁବାର ଅପରାହ୍ନରେ ତାଙ୍କ ବାଣୀକଣ୍ଟନଗର ବାସଭବନରେ ପରଲୋକ ହୋଇଯାଇଛି। ବେଶ୍ ଚଳଚଞ୍ଚଳ ରହୁଥିବା ସ୍ୱର୍ଗତ ଦାଶ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ବିମଳ ପ୍ରସାଦ ଦାଶ, ମଝିଆଁ ପୁଅ ଇଂ ଇଶ୍ୱରୀ ପ୍ରସାଦ ଦାଶ ଓ ସାନପୁଅ ଆଇନଜୀବୀ ବିଷ୍ଣୁ ପ୍ରସାଦ ଦାଶଙ୍କ ସମେତ ୪ଝିଅ ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଜଣେ ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ସର୍ବଜନ ଆଦୃତ ଥିଲେ। ତାଙ୍କ ପରଲୋକରେ ଆଠଗଡ ଅଞ୍ଚଳରେ ଶୋକ ପ୍ରକାଶ ପାଇବା ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ ବୀରକିଶୋରପୁର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡପୁଅ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିମଳ ପ୍ରସାଦ ଦାଶ ମୁଖାଗ୍ନି ଦେଇଥିଲେ।

Comments are closed.