୧୮୫ ଲିଟର ମଦ ସହ ୨ସ୍କୁଟି ଜବତ, ୩ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୧୮୫ଲିଟର ଦେଶୀମଦ ଏବଂ ୧୩.୧୪ଲିଟର ବିଦେଶୀ ମଦ ସହିତ ୨ଟି ସ୍କୁଟି ଜବତ କରିବା ସଙ୍ଗେ ସଙ୍ଗେ ଏଥିରେ ସଂପୃକ୍ତ ଜଣଙ୍କୁ ଗିରଫ କରିଥିଲେ। ଆଙ୍କୁଲା ଗ୍ରାମ ପାଖରେ ଏକ ସ୍କୁଟିରେ ୧୦୦ଲିଟର ଦେଶୀ ଓ ୧୩.୧୪ଲିଟର ବିଦେଶୀ ମଦ ଏକ ହୋଣ୍ଡା ଆକ୍ଟିଭା ସ୍କୁଟିରେ ନେଇ ଯାଉଥିବା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରୀପୁର ଗ୍ରାମର ମଦନ ନାଏକ, କନ୍ତୋଲସ୍ଥିତ ସାପୁଆ ପୋଲ ଉପରେ ଅନ୍ୟ ଏକ ହୋଣ୍ଡା ଆକ୍ଟିଭାରେ ୮୦ଲିଟର ଦେଶୀମଦ ନେଇ ଯାଉଥିବା ବେଣ୍ଟପଦା ଗ୍ରାମର ହିତେଶ କୁମାର ସାହୁ ଏବଂ ତରଡିଙ୍ଗ ଗ୍ରାମର ବୈଜୟନ୍ତି ଦାସଙ୍କ ଠାରୁ ୫ଲିଟର ଦେଶୀମଦ ଜବତ କରାଯିବା ସହ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିଲା। କଟକ ଜିଲ୍ଲା ଉପ ଅଧିକ୍ଷକ ଜଗଦିଶ ସାମଲଙ୍କ ନେତୃତ୍ୱରେ ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ ନରସିଂହପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ।

Comments are closed.