ଆଠଗଡ ବନଖଣ୍ଡରେ ଜଙ୍ଗଲରେ ଲାଗିଲା ନିଆଁ, ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

ଗୁରୁଡିଝାଟିଆ: ଜଙ୍ଗଲ ସଂପଦର ଅଭିବୃଦ୍ଧି ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ। ଏଥିରେ ଯୁବଗୋଷ୍ଠୀ, ସାଧାରଣ ଜନତା ଓ ବିଦ୍ୟାର୍ଥୀ ସଂପୃକ୍ତ ହେଲେ ଜଙ୍ଗଲ ସଂପଦ ଓ ସବୁଜିମା ଅଧିକ ରୁଚିବନ୍ତ ହୋଇଉଠିବ। ଜଙ୍ଗଲ ବିଭାଗ ସମସ୍ତଙ୍କୁ ନେଇ ସଂଗଠିତ ଢଙ୍ଗରେ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ନିମନ୍ତେ ସଚେତନତା,ସୁରକ୍ଷା ଆଦି କାର୍ଯ୍ୟକ୍ରମ କରିବା ଦରକାର। ଏଥିପାଇଁ ବିଭାଗ ପକ୍ଷରୁ ସ୍ୱଳ୍ପକାଳୀନ ଠିକା କର୍ମଚାରୀ ନିଯୁକ୍ତି ଓ ସଚେତନତା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଫଳ ସେଭଳି ଆଖିଦୃଶିଆ ହେଉନାହିଁ। ଯାହାର ଉଦାହରଣ ହେଉଛି ଗତ ୨ ସପ୍ତାହ ଭିତରେ ଖୁଣ୍ଟୁଣୀ ବନାଞ୍ଚଳର କୃଷ୍ଣପୁର ସେକ୍ସନ ଓ ଆଠଗଡ ବନାଞ୍ଚଳର ସଦର ସେକ୍ସନ ଏହାର ନମୁନା। ଏଠାରେ ଏକାଧିକ ଏକର ଜଙ୍ଗଲ ନିଆଁ ଲାଗିଛି ଏବଂ ଏହାଦ୍ବାରା ବହୁ ଜୀବଜନ୍ତୁ ସାଙ୍ଗକୁ ଗଛପତ୍ର ପୋଡ଼ି ଜଳିଯାଇଛି। ଜଙ୍ଗଲ ସଂପଦର ବିକାଶ କହିଲେ ବନ୍ୟଜନ୍ତୁଙ୍କର କୌଣସି କ୍ଷତିହେବ ନାହିଁ ଓ ବୃକ୍ଷରାଜିର ସବୁଜିମାମୟରେ ପରିଣତ ହେବ। ଜଙ୍ଗଲର ନିଆଁ ଲାଗିବା ଏକ ବିପର୍ଯ୍ୟୟ କହିଲେ ଅତ୍ୟୁକ୍ତି ହେବନାହିଁ। କେତେବେଳେ ଶିକାରୀ ଶିକାର କରିବା ଉଦେଶ୍ୟରେ ନିଆଁ ଲଗାଉଛି ତ ଆଉ କେତେବେଳେ ସଚେତନତା ଅଭାବରୁ କିଛି ଲୋକ ଧ୍ରୂମପାନ କରି ଅବଶିଷ୍ଟାଂଶ ଫୋପାଡିବା ଦ୍ୱାରା ଜଙ୍ଗଲରେ ନିଆଁ ଲାଗୁଛି। ଏହାକୁ ଦୂର କରିବା ନିମନ୍ତେ ବିଭିନ୍ନ ବନାଞ୍ଚଳ ଅଧିନସ୍ଥ ବନ୍ୟସୁରକ୍ଷା ସମିତି ଓ ଜଙ୍ଗଲ ପାଶ୍ୱବର୍ତ୍ତୀ ଗାଁର ଜନସାଧାରଣଙ୍କୁ ଏଥିରେ ସଂଶ୍ଲିଷ୍ଟ କରିବା। ମୋଟାମୋଟି କହିବାକୁ ଗଲେ ବନସୁରକ୍ଷା ସମିତି ଓ ସାଧାରଣ ଜନତାଙ୍କ ସହଭାଗୀତାରେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ କଣ କଣ କରିବା କଥା ତାର ପ୍ରଚାରପ୍ରସାର କରିବା। ଏସବୁ କାର୍ଯ୍ୟକ୍ରମ ଶୀତଦିନ ପରେ ପରେ ଆରମ୍ଭ ହୋଇଯିବା କଥା। ହାତଗଣତି କେତେକ ବନାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଛି। କିନ୍ତୁ ଏହା ସେତେ ଅଧିକ ନୁହେଁ। ଯାହା ଜନସାଧାରଣଙ୍କୁ ସଚେତନତା କରିବ। ଆଉ କେତେକ କ୍ଷେତ୍ରରେ ଏହାକୁ ଅଧିକମାତ୍ରାରେ ବ୍ୟାପକ ଭାବରେ ସମସ୍ତ ବନସୁରକ୍ଷା ସମିତିକୁ ନେଇ କରାଗଲେ ତାହା ଫଳପ୍ରଦ ହୋଇପାରନ୍ତା। କ’ଣ ପାଇଁ ହେଉନାହିଁ ତାହା ମଧ୍ୟ ଏକ ଅସମାହିତ ପ୍ରଶ୍ନ। ବନବିଭାଗ ପକ୍ଷରୁ ନିଆଁ ଲାଗିବା ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ନିଆଁ ଲିଭାଯାଉଛି।

 

ହେଲେ ସେତେବେଳକୁ ଜଙ୍ଗଲରେ ଗଛ ପୋଡି ପାଉଁଶ ହୋଇଯାଉଛି। ତୁରନ୍ତ ଆଠଗଡ ବନବିଭାଗ ପକ୍ଷରୁ ସୁଚିନ୍ତିତ ଢଙ୍ଗରେ ଅଗ୍ନୀ ଦାଉରୁ ବନ୍ୟସଂପଦର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ଏକାନ୍ତ ଆବଶ୍ୟକ ବୋଲି ବନ୍ୟ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଦାବି ଜଣାଇଛନ୍ତି। ଏ ସଂପର୍କରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଶ୍ରୀ ମାଥୁର ଙ୍କୁ ପଚାରିବାରୁ କହିଥିଲେ ବିଭିନ୍ନ ଗାଁ ମାନଙ୍କରେ ଭିଏସଏସଙ୍କୁ ନେଇ ସଚେତନତା କରାଉଛୁ ଯେଭଳି ଜଙ୍ଗଲରେ ନିଆଁ ନଲାଗିବ। ଏହାକୁ ଅଧିକ ବ୍ୟାପକ କରାଯିବା ସହ ଏଭଳି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କହିଥିଲେ।
ହରିଣ ଶିକାର ଅଭିଯୋଗରେ ଫେରାର ଥିବା ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ରାଧାକିଶୋରପୁର ଗ୍ରାମର ପପୁ ସ୍ୱାଇଁକୁ ଆଠଗଡ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୀର୍ଘଦିନ ଧରି ଫେରାର ଥିଲା। ବିଶେଷସୂତ୍ରରୁ ଖବର ପାଇ ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଭିଯୁକ୍ତର ସଂପର୍କିୟ ଘର ପୁରୁଷୋତ୍ତମପୁର ରେ ଚଢାଉ କରିଥିଲେ। ଅଭିଯୁକ୍ତ ଘରର ବାହାରପଟୁ କବାଟ ଦେଇ ଚତୁରତାର ସହିତ ଘରେ ରହିଥିଲା। ହେଲେ ତାର ସମସ୍ତ କୌଶଳ ଫେଲ ମାରିଥିଲା। ବନବିଭାଗ ଅଭିଯୁକ୍ତକୁ ଗିରଫକରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲା। ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତାରୀ ନିଶା, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ମାଥୁର, ବନପାଳ ଅକ୍ଷୟ ପରିଡା, ପ୍ରଶାନ୍ତ କୁମାର ବେହେରା, ଆଶିଷ କୁମାରନାୟକ ଓ ଏପିଆର ଫୋର୍ସ ଏହି ଚଢାଉରେ ଅଂଶଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲେ।

Comments are closed.