ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ଙ୍କୁ ସ୍ୱାଗତ

ଆଠଗଡ/ତିଗିରିଆ: ଆଠଗଡ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଅଦାଲତରେ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓକିଲ ସଂଘ ସଭାଗୃହରେ ସଭାପତି ସତ୍ୟେନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସଭାରେ ଯୋଗଦେଇ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଅଦ୍ୱୈତ ଚରଣ ପଣ୍ଡା, ବିଷ୍ଣୁଚରଣ ସାହୁ, ପ୍ରଶାନ୍ତ କୁମାର ମିଶ୍ର, ଜଗଦାନନ୍ଦ ତ୍ରିପାଠୀ, ପ୍ରସନ୍ନ କୁମାର ରାଉତ, ସୁମନ୍ତ କୁମାର ସାହୁ, ଓକିଲ ସଂଘ ଉପସଭାପତି ଜ୍ଞାନପ୍ରକାଶ ଧଳସାମନ୍ତ, ଯଶୋବନ୍ତ ବାରିକ, ପ୍ରକାଶ କୁମାର ସେଠୀଙ୍କ ସମେତ ଅନ୍ୟ ଆଇନଜୀବୀମାନେ ନୂତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଅଦାଲତ ପରିଚାଳନା ଏବଂ ଆଇନସେବା ସମିତିର ବିଭିନ୍ନ କାର୍ଯ୍ୟକ୍ରମରେ ଆଇନଜୀବୀମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସୂଚନାଯୋଗ୍ୟ ଏଠାରେ ପୂର୍ବରୁ କାର୍ଯ୍ୟରତ ଏଡିଜେ ଅରବିନ୍ଦ ପଟ୍ଟନାୟକଙ୍କର କେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ଅଦାଲତକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଏଡିଜେ ଶ୍ରୀ ସାହୁ ଯୋଗଦାନ କରିଛନ୍ତି।

Comments are closed.