ପୁଲିସ ଉପରକୁ ବୋମାମାଡ଼

ଆଠଗଡ଼: କଟକ ଜିଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭୋଗ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ପୁଲିସ ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ଦେଖାଯାଇଥିଲା। ଯାହା ଜମି ଉପରେ ଟାଓ୍ବାର ଲାଇନ ଟଣା ଯାଉଥିଲା ସେମାନେ କ୍ଷତିପୂରଣ ମାଗିଥିଲେ। କ୍ଷତିପୂରଣ ନ ଦେଇ ତାର ଟଣା ଯାଉଥିବାରୁ ପୂର୍ବରୁ ଚାପା  ଉତ୍ତେଜନା ଥିଲା।  ଆଜି ପୁଲିସ ଉପସ୍ଥିତରେ ତାର ଟଣା ଯାଉଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଉକ୍ତ ସ୍ଥାନରେ ବୋମାମଡ କରି ଚମ୍ପଟ ମାରିଛନ୍ତି। ଫଳରେ ଘଟଣା ସ୍ଥଳରେ ଜଣେ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚିଛନ୍ତି।

Comments are closed.