ମାନପୁର ଓ କନ୍ଦରପୁରରେ କୋଭିଡ ଟୀକାକରଣ

ଆଠଗଡ: ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମ ଓ କନ୍ଦରପୁର ପଞ୍ଚାୟତର ଶବରସାହି ଜନଜାତି ଲୋକଙ୍କୁ ଗୁରୁବାର ସେମାନଙ୍କ ଗ୍ରାମରେ ସ୍ୱତନ୍ତ୍ର ଶିବିର ମାଧ୍ୟମରେ କୋଭିଡ ଟୀକାକରଣ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ୫ଜଣିଆ ଡାକ୍ତରୀଦଳ ଏକ ବ୍ଲକ ଯୋଜନା ପରିଚାଳକ ପୁଷ୍ପମିତ୍ରା ଦାସଙ୍କ ନେତୃତ୍ୱରେ ଆସି ୨ଟି ଯାକ ଗ୍ରାମରେ ମୋଟ ୧୯୪ଜଣଙ୍କୁ ଏହି ଟୀକା ଦେଇଥିଲେ। ବ୍ରହ୍ମପୁର ସିଏଚସିର କର୍ମଚାରୀ ଦିନେଶ କୁମାର ନାୟକ, ସେବିକା ବିଷ୍ପୁପ୍ରିୟା ବେଉରା ଓ ସ୍ୱାସ୍ଥ୍ୟକର୍ମୀ ବିଚିତ୍ରପ୍ରଭା ଦେବୀ ଏହି ଡାକ୍ତରୀଦଳରେ ଆସି ଲୋକଙ୍କୁ ଟୀକାଦାନ କରିଥିବାବେଳେ ସାମ୍ବାଦିକ ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.