ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଆଠଗଡ: ଆଠଗଡ ସହରର ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଚଳିତବର୍ଷର ବିଦ୍ୟାଳୟ ପରିଚାଳନା କମିଟି ଗୁରୁବାର ଗଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଦେବାରାଜ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବସମ୍ମତକ୍ରମେ କଳ୍ପମୟୀ ପଟ୍ଟନାୟକ, ନମିତା ବାରିକ, ଅନିତା ପ୍ରଧାନ, କୁମୁଦିନୀ ରାଉତ, ସସ୍ମିତା ତ୍ରିପାଠୀ ଓ ମାନସୀ ମହାପାତ୍ର ପ୍ରମୁଖ ୬ଜଣ ମହିଳା ସଦସ୍ୟ ଏବଂ ଶିବଶଙ୍କର ଜେନା, ରାଜେଶ କୁମାର ବାରିକ, ଶିବରାମ ପ୍ରଧାନ, ନରେନ୍ଦ୍ର ସାହୁ, ରବିନାରାୟଣ ସିଠ ଓ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ୬ଜଣ ପୁରୁଷ ସଦସ୍ୟ ମନୋନୀତ ହୋଇଥିଲେ। ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିକ୍ଷାକମିଟିର ପ୍ରତିନିଧି ଭାବେ ଦିଲ୍ଲୀପ କୁମାର ବାରିକ ଯୋଗଦେଇଥିଲେ।

ନିର୍ବାଚିତ ୧୨ଜଣ ସଦସ୍ୟଙ୍କ ସମ୍ମତିକ୍ରମେ ଶିବଶଙ୍କର ଜେନା ପରିଚାଳନା କମିଟିର ଅଧ୍ୟକ୍ଷ ଓ କଳ୍ପମୟୀ ପଟ୍ଟନାୟକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଶିକ୍ଷକ ଶଶଧର ମହାରଣା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ ସଂଯୁକ୍ତା ପାଳ ରେଣୁବାଳା ପାଢୀ, ସସ୍ମିତା ଦଳାଇ, ପୁଷ୍ପାଞ୍ଜଳି ପ୍ରିୟଦର୍ଶିନୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସୁଧାଂଶୁ ଶେଖର ଦଳାଇ, ଲକ୍ଷ୍ମୀଧର ରାଉତ, ବସନ୍ତ ଦଳାଇ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

Comments are closed.