ଆଠଗଡ କଲେଜରେ ସ୍ୱଚ୍ଛ ଭାରତ ଅଭିଯାନ

ଆଠଗଡ: ଗୋପବନ୍ଧୁ ବିଜ୍ଞାନ କଲେଜର ଯୁବ ରେଡକ୍ରସ ପକ୍ଷରୁ ଚାଲିଥିବା ୨ ଦିନିଆ ସ୍ୱଚ୍ଛ ଭାରତ ଅଭିଯାନ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନଯାପନର ମୂଳମନ୍ତ୍ର ବୋଲି କହିବା ସହ ବିଦ୍ୟାର୍ଥୀମାନେ ସ୍ୱଚ୍ଛତା, ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ଲାଗି ନିଜେ ଉଦ୍ୟମ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

 

ଏଥିରେ ବରିଷ୍ଠ ପ୍ରାଧ୍ୟାପକ ଦେବେଶ ନନ୍ଦନ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ରକ୍ଷା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ମନୋନୀତ କରିଥିଲେ। ୨ଦିନ ଧରି ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଉପଦେଷ୍ଟା ଅଧ୍ୟାପକ ଚିତ୍ତରଞ୍ଜନ ପଟ୍ଟନାୟକ ଓ ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ କଲେଜ ପରିସରର ବିଭିନ୍ନ ବିଭାଗ ଓ ଖେଳପଡିଆ ଆଦି ବ୍ୟାପକ ସଫେଇ କରିଥିଲେ। ଏହି ଅବସରେ +୨ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ। ସ୍ୱେଚ୍ଛାସେବୀ ବିଜୟଲକ୍ଷ୍ମୀ ରାଉତ, ମନିଷା ସାହୁ, ଚିନ୍ମୟ ରାଉତ, ସତ୍ୟଜିତ୍‍ ଜେନା, ସରୋଜ ରଣା, ମନୋରମା ସାହୁ, ସରୋଜ ମହାନ୍ତି, ଶୁଭଶ୍ରୀ ପ୍ରିୟଦର୍ଶିନୀ, ସୋନାଲି ପ୍ରଧାନ, ରୂପାଲି ବେହେରା ଓ ସୋନାଲି ପିରୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.