ଅଗ୍ନିକାଣ୍ଡରେ ଜଳିଗଲା ଷ୍ଟୁଡିଓର ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଆଠଗଡ: ଆଠଗଡ ସହରର ଚାନ୍ଦବାଲି ଛକ ବଜାରରେ ଥିବା ଏକ ଫଟୋ ଷ୍ଟୁଡିଓରେ ଭୋର ପ୍ରାୟ ୪ଟା ବେଳେ ବିଦ୍ୟୁତ୍‍ ସଟ୍‍ ସରକିଟ୍‍ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଚାନ୍ଦବାଲି ଛକ ହନୁମାନ ମନ୍ଦିର ନିକଟରେ ଥିବା ରାଧେଶ୍ୟାମ ଷ୍ଟୁଡିଓରେ ଏହି ଆକସ୍ମିକ ଅଗ୍ନିକାଣ୍ଡ ଘଟି ବନ୍ଦ ଥିବା ଦୋକାନ ମଧ୍ୟରୁ ପ୍ରବଳ ଧୂଆ ବାହାରୁଥିବା ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖିଥିଲେ।

ଏ ସଂପର୍କରେ ଦୋକାନ ମାଲିକ ଗଙ୍ଗାଧର ପାତ୍ରଙ୍କୁ ସେମାନେ ସୂଚନା ଦେବା ସହ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ପ୍ରାତଃ ଭ୍ରମଣ କରୁଥିବା ଲୋକ, ଯୁବ ସାମ୍ବାଦିକ ସନ୍ତୋଷ ବାରିକ ଏବଂ ଦୋକାନ ମାଲିକ ଶ୍ରୀ ପାତ୍ର ନିଆଁ ଲିଭାଇବାକୁ ଉଦ୍ୟମ କରି ନିଆଁ ଲିଭାଇବାରେ କିଛିଟା ସଫଳ ହୋଇଥିଲେ। ପରେ ଦମକଳ ବାହିନୀ ଆସି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ। ଦୋକାନ ମଧ୍ୟରେ ଥିବା ଏକାଧିକ କ୍ୟାମେରା, କମ୍‍୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।

Comments are closed.