କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ପୁରଣା ପତଣ୍ଡା (ଭାଗୀରଥୀପୁର) ଗ୍ରାମରେ କଦଳୀଗଛ କଟାକୁ ନେଇ ଶୁକ୍ରବାର ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଛି। ସେହି ଗ୍ରାମରେ ରାସ୍ତା ଉପରକୁ ମାଡି ରହିଥିବା କଦଳୀଗଛ ଦୁର୍ଘଟଣାର କାରଣ ହୋଇଥିବାରୁ ଗ୍ରାମର ଯୁବକ ମାନଭଞ୍ଜନ ନାୟକ କଦଳୀଗଛକୁ କାଟି ଦେଇଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ସେହି ଗ୍ରାମର କୁଳମଣି ସ୍ୱାଇଁ, ତାଙ୍କ ପତ୍ନୀ ଓ ଦୁଇପୁଅ ମାନଭଞ୍ଜନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କ ପତ୍ନୀ ସସ୍ମିତା ନାଏକ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି। ମୂମୁର୍ଷୁ ଅବସ୍ଥାରେ ମାନଭଞ୍ଜନଙ୍କୁ ଆଠଗଡ ଡାକ୍ତରଖାନା ନିଆଯାଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

Comments are closed.