ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତର ବେତଖୋଲି ଗ୍ରାମରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି କୌଣସି ନବଦମ୍ପତ୍ତି, ବିବାହିତା ମହିଳା ଓ ଝିଅଟିଏ ହେଉନା କାହିଁକି ଯଦି ଅନିଚ୍ଛାକୃତ ଗର୍ଭଧାରଣ କରିଥାଏ ତେବେ ସରକାରୀ ଆଇନ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାରେ ଗର୍ଭପାତ କରାଇବା ଆଇନ ସମ୍ମତ ବୋଲି କହିଥିଲେ।

ଏଥିରେ ଆରବିଏସକେର ଆୟୁଷ ଡାକ୍ତର ମଧୁସ୍ମିତା ପ୍ରଧାନ ଓ ସ୍ୱର୍ଣ୍ଣଲତା ସାହୁ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଯେଉଁ ମହିଳା ବା ଝିଅଙ୍କ କ୍ଷେତ୍ରରେ ଗର୍ଭଧାରଣ ଜୀବନପ୍ରତି ବିପଦ ରହିଥାଏ ବା ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ କିମ୍ବା ବଳାତ୍କାରର ଶିକାର ହୋଇଥାନ୍ତି ସେ କ୍ଷେତ୍ରରେ ମଧ୍ୟ ଗର୍ଭପାତ କରାଇବା ଆଇନ ସମ୍ମତ। ପ୍ରତିବର୍ଷ ସେପ୍ଟେମ୍ବର ୨୮ତାରିଖକୁ ଆନ୍ତର୍ଜାତିକ ଗର୍ଭପାତ ପ୍ରସବ ଦିବସ ଭାବେ ପାଳନ କରାଯାଇ ନିରାପଦ ଗର୍ଭପାତର ସଫଳ ପରିଚାଳନା ଓ ସଚେତନତା ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥାଏ। ଅନୁମୋଦିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ ବିନାମୂଲ୍ୟରେ ଉପଲବ୍ଧ ଏବଂ ଅଧିକ ସୂଚନା ଓ ସହାୟତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହ ଯୋଗାଯୋଗ କରିବା ପାଇଁ ଶ୍ରୀ ଅସଲମ ନିବେଦନ କରିଥିଲେ। ବିଶେଷକରି ଅନ୍ଧବିଶ୍ୱାସ, ଦେଶୀ ଚିକିତ୍ସା ଓ ଝଡାଫୁଙ୍କାରେ ବିଶ୍ୱାସ ନକରି ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପରାମର୍ଶ କରି ଗର୍ଭପାତ କରାଇବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିରେ ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ ସୁପ୍ରିୟା ସାହୁ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ, ଆଶାକର୍ମୀ ଅମିତା ସାହୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Comments are closed.