ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ସେବାକାର୍ଯ୍ୟ

ଆଠଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ପାର୍ଟି ଓ ସଫେଇ କର୍ମଚାରୀ ସଂଘ ପକ୍ଷରୁ ସେବା ସପ୍ତାହ ଆରମ୍ଭ କରାଯାଇଛି। ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ସେବା ସପ୍ତାହର ପ୍ରଥମ ଦିନରେ ସଫେଇ କର୍ମଚାରୀମାନେ ସ୍ଥାନୀୟ ଭାଗୀରଥି ସାଗର(ବଡପୋଖରୀ) ଶିବମନ୍ଦିରଠାରୁ ଶ୍ମଶାନ ପର୍ଯ୍ୟନ୍ତ ସଫେଇ କରିଥିଲେ। ବରିଷ୍ଠ ଭାଜପା ନେତା ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ। ସଫେଇ କର୍ମଚାରୀ ସଂଘର ଆଇନ ଉପଦେଷ୍ଟା ପ୍ରମୋଦ କୁମାର ଜେନା ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କ ମଧ୍ୟ ଉଦବୋଧନ ଦେବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Comments are closed.