ଅବକାରୀ ଚଢାଉ, ୩୮୦ଲିଟର ମଦ, ୪୮୬୦ଲିଟର ପୋଚ ଜବତ

ଆଠଗଡ :  ଆଠଗଡ ଅବକାରୀ ବିଭାଗ ଓ କଟକ ଭ୍ରାମ୍ୟମାଣ ସ୍କ୍ବାର୍ଡର ମିଳିତ ଚଢାଉ ଦ୍ୱାରା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ମଦ ଓ ଗୁଡପୋଚ ଜବତ କରାଯାଇଥିବା ଜଣାପଡିଛି । ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ କଟକ ଭ୍ରାମ୍ୟମାଣ ସ୍କ୍ବାର୍ଡ ନିରୀକ୍ଷକ ସଂଜୀତ ବାର୍ଲାଙ୍କ ନେତୃତ୍ୱରେ ଗୁରୁବାର ଡାଳୁଆ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଏକାଧିକ ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ସଦ୍ୟ ପ୍ରସ୍ତୁତ ୩୮୦ଲିଟର ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୪୮୬୦ଲିଟର ଗୁଡପୋଚ ଜବତ କରାଯାଇଥିଲା। ଶତାଧିକ ପ୍ଲାଷ୍ଟିକ ଜାରକିନରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ଗୁଡପୋଚକୁ ନଷ୍ଟ କରାଯିବା ସହ ଜାରକିନ ଗୁଡିକୁ କଟୁରୀରେ ହାଣି ନଷ୍ଟ କରିଦିଆଯାଇଥିଲା । ଏ ସଂପର୍କରେ ୨ଟି ମାମଲା ରୁଜୁ ହୋଇଥିଲେ ମଧ୍ୟ ମଦ ମାଫିଆ ଫେରାର ହୋଇଯାଇଥିବାରୁ କାହାକୁ ଗିରଫ କରାଯାଇପାରିନଥିଲା । ଆଠଗଡ ସହକାରୀ ଅବକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ ଓ ନରସିଂହପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସହିତ ବହୁ ଅବକାରୀ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Comments are closed.