ଆଠଗଡରେ ୨୫ କରୋନା ଆକ୍ରାନ୍ତ

ଆଠଗଡ: ଆଜି ଆଠଗଡରେ ସୋମବାର ମୋଟ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୪୭ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୬ଜଣ ଏବଂ ଗତ ୪ତାରିଖର ଆରଟିପିସିଆର ପରୀକ୍ଷାରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପୁର ସିଏଚସିରେ ୯୯ଜଣଙ୍କ ଆଣ୍ଟିଜେନ ପରୀକ୍ଷଣରୁ ୭ଜଣ କରୋନା ପଜିଟିଭ ବାହାରିଛନ୍ତି। ଆଠଗଡ ଡାକ୍ତରଖାନାରେ ୪୫, ବ୍ରହ୍ମପୁର ସିଏଚସିରେ ୧୪ ଓ ରାଧାକିଶୋରପୁର ସ୍ୱତନ୍ତ୍ର ଶିବିରରେ ୧୧୬ଜଣଙ୍କୁ ମିଶାଇ ମୋଟ ୧୭୫ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡିଛି।

Comments are closed.