ମହାସ୍ନାନ ପରେ ଅଟ୍ଟାଳି ଜଗନ୍ନାଥଙ୍କ ଗଜାନନ ବେଶ

ଆଠଗଡ ; ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଠଗଡର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ମହାସ୍ନାନ ସହିତ ଅପୂର୍ବ ଗଜାନନ ବା ହାତୀବେଶ ପାରମ୍ପରିକ ନୀତି ଅନୁଯାୟୀ ଭକ୍ତଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ଅଟ୍ଟାଳି ଜଗନ୍ନାଥଙ୍କର ମହାସ୍ନାନ ଓ ହାତୀବେଶ ଦେଖିବାରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଥିଲେ। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ରଙ୍କ ଅସୁସ୍ଥତା କାରଣରୁ ପୂଜକ ତଥା ଦେବୋତ୍ତର ସହକାରୀ ଭବାନୀ ଶଙ୍କର ପଣ୍ଡା ଏବଂ ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତଙ୍କ ସହାୟତାରେ ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ। ପ୍ରତ୍ୟୁଷରେ ଦ୍ୱାରଫିଟା, ମଙ୍ଗଳଆଳତୀ, ଅବକାଶ ପରେ ଶ୍ରୀ ଜୀଉଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପକୁ ନିଆଯାଇଥିଲା। ସେଠାରେ ଅନ୍ୟ ନୀତି ସଂପନ୍ନ ହେବା ପରେ ୧୦୮କଳସରେ ମହାସ୍ନାନ କରାଯାଇଥିଲା। ପରେ ପରେ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ସୁନ୍ଦର ଭାବେ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଅପରାହ୍ନରେ ଗୋଟି ପହଣ୍ଡିରେ ଶ୍ରୀ ଜୀଉଙ୍କୁ ଅଣସର ଗୃହକୁ ନେବା ସହିତ ରତ୍ନବେଦୀରେ ପଟ୍ଟିଦିଅଁ ପ୍ରତିଷ୍ଠା କରାଯାଇଥିଲା।

Comments are closed.