ଆଠଗଡ ନିର୍ବାଚନ ମଣ୍ଡଳୀର ୫୦ ରୁ ଊର୍ଦ୍ଧ୍ୱ  ଗାଁ-ସିଡିଏରେ ମିଶିବା ନେଇ ବିରୋଧ

ଗୁରୁଡିଝାଟିଆ-  ଆଠଗଡ ନିର୍ବାଚନ ମଣ୍ଡଳୀ ର ୫୦ ରୁ ଊର୍ଦ୍ଧ୍ୱ  ଗାଁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ରେ ମିଶିବାକୁ ନେଇ ଲୋକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ଏକ ପ୍ରତିବାଦ ସଭା ଘଣ୍ଟିଖାଲ ପଞ୍ଚାୟତର ଦ୍ୱାରାବତୀପୁର ନିକଟସ୍ଥ ଦ୍ୱାରାଶୁଣି ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଛି । ଜୋନ ୩ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ କଖଡି,ଘଣ୍ଟିଖାଲ, ଅନନ୍ତପୁର,ଧୁରୁଷିଆ,ମହାକାଳବସ୍ତ,ମଞ୍ଚେଶ୍ୱର,ମେଘା, କଟକିଆସାହି ଆଦି ପଞ୍ଚାୟତ ସମୂହର ସମିତିସଭ୍ୟ ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ଏଥିରେ ନିର୍ବାଚନ ମଣ୍ଡଳୀର ୫୦ରୁ  ଅଧିକ ଗାଁକୁ ସିଡିଏରେ ମିଶିବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଏଥିରେ ସୁବିଧା ପ୍ରତିବଦଳରେ ଅଧିକ ଅସୁବିଧାର ସମ୍ମୁଖିନ ହେବେ । ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହାର ନିମନ୍ତେ ଦାବି କରାଯାଇଥିଲା । ପ୍ରକାଶଯୋଗ୍ୟ ଓରନ୍ଦା,କୁଷ୍ପଙ୍ଗି.ଖୁଣ୍ଟୁଣୀ,ରାଧାକିଶୋରପୁର, କଣ୍ଡରେଇ ସହିତ ମଙ୍ଗରାଜପୁର ପ୍ରଭୃତି ପଞ୍ଚାୟତ ସମୂହରେ ସିଡିଏ ରେ ମିଶିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

Comments are closed.