ଅଟ୍ଟାଳି ଜଗନ୍ନାଥଙ୍କ ନବଯୌବନ ଦର୍ଶନ

ଆଠଗଡ଼: ଆଠଗଡ଼ର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଦୀର୍ଘ ୨ବର୍ଷ ବ୍ୟବଧାନ ପରେ ଭକ୍ତ ଶ୍ରୀ ଜୀଉଙ୍କର ଏହି ଅପରୂପ ଦର୍ଶନ ପାଇଥିଲେ। ସ୍ନାନପୂର୍ଣ୍ଣିମାଠାରୁ ଅଣସର ଘରେ ଜ୍ୱରରେ ପୀଢିତ ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ନବଯୌବନ ଦର୍ଶନ ପାରମ୍ପରିକ ରୀତିନୀତି ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ସଂପନ୍ନ ହୋଇଥିଲା। ପ୍ରତ୍ୟୁଷରେ ଦ୍ୱାରପିଟା ପରେ ପଟ୍ଟିଦିଅଁ ବିସର୍ଜନ କରାଯାଇଥିଲା।

ତଦ୍‍ପରେ ରୋଷହୋମ, କଳସପୂଜା, ସ୍ୱସ୍ତିବାଚନ, ସଂକଳ୍ପ, ଗୁରୁପୂଜା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସରିବା ପରେ ନେତ୍ରଦାନ କରାଯାଇଥିଲା। ଏହାପରେ ପଣା ସମର୍ପଣ, ବିମ୍ବସ୍ନାନ, ତଡପଲାଗି, ସର୍ବାଙ୍ଗ, ଷୋଡଶ ଉପଚାରରେ ବାଳଭୋଗ ପୂଜା ଓ ଆଳତି ପରେ ନବଯୌବନ ଦର୍ଶନ ହୋଇଥିଲା। ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.