ଜିଲ୍ଲା ଓ ତହସିଲ ସ୍କାର୍ଡ ଦ୍ୱାରା ୩ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ତହସିଲ ଅନ୍ତର୍ଗତ ମେଘା ଦାସପୁର ନିକଟରେ ଚୋରାରେ ବାଲି ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ଜିଲ୍ଲା ସ୍ୱତନ୍ତ୍ର ସ୍କାର୍ଡ ଏବଂ ଆଠଗଡ ତହସିଲର ସ୍କାର୍ଡ ମିଳିତ ଚଢାଉ କରି ଜବତ କରିଥିବା ଜଣାପଡିଛି। ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓଙ୍କ ନେତୃତ୍ୱରେ ବୁଧବାର ଏହି ଚଢାଉ କରାଯାଇଥିଲା। ନିଲାମ ହୋଇନଥିବା ଦାସପୁରସ୍ଥିତ ମହାନଦୀ ଘାଟରୁ ଚୋରାରେ ବାଲି ଉଠାଇ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଚଢାଉକରି ଜବତ ହୋଇଥିବା ଏହି ୩ଟି ଟ୍ରାକ୍ଟର ମଧ୍ୟରୁ ୨ଟି ଟ୍ରାକ୍ଟରର ଜଣେ ମାଲିକଙ୍କୁ ୮୦ହଜାର ଓ ଅନ୍ୟ ଟ୍ରାକ୍ଟର ମାଲିକଙ୍କୁ ୫୦ହଜାର ଟଙ୍କା ଜୋରିମାନା ପୈଠ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେବେ ଗୁରୁବାର ସୁଦ୍ଧା ସଂପୃକ୍ତ ୨ ଟ୍ରାକ୍ଟର ମାଲିକ ଜୋରିମାନା ଅର୍ଥ ପୈଠ କରିନଥିବାରୁ ଜବତ ଟ୍ରାକ୍ଟର ୩ଟିକୁ ଛଡାଯାଇନଥିବା ଜଣାପଡିଛି।

Comments are closed.