ଓଲଟିଲା ହାଇୱା, ଚାଳକ ମୃତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ମୁଣ୍ଡଳି-ଆଠଗଡ ରାସ୍ତାର ମେଘା ଗଡା ନିକଟରେ ଏକ ଚିପ୍ସ ବୋଝେଇ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗାଡିର ଚାଳକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଚାଳକ ଜଣକ ହେଲେ ବଡମ୍ବା ଥାନା ଅନ୍ତର୍ଗତ ଜାନିପଦର ପଞ୍ଚାୟତର ଦାଶରଥୀପୁର ଗ୍ରାମର ତ୍ରିଲୋଚନ ରଣାଙ୍କ ପୁଅ ବିଭୂତି ଭୂଷଣ ରଣା। ଆଠଗଡ ପଟରୁ ଭୁବନେଶ୍ୱର ଆଡକୁ ଚିପସ୍ ବୋଝେଇ ଏହି ହାଇୱା ଟ୍ରକ୍ଟି ଭୁବନେଶ୍ୱର ଯାଉଥିବାବେଳେ ମେଘା ଗଡା ବୁଲାଣି ନିକଟରେ ଓଲଟି ଥିଲା। ଦୁର୍ଘଟଣାସ୍ଥଳରେ ଗୁରୁତର କୌଶଲ୍ୟା ମଲ୍ଲିକ ନାମକ ଜଣେ ମହିଳାଙ୍କୁ ଅନ୍ୟମାନଙ୍କ ସହାୟତାରେ ଡାକ୍ତରଖାନା ଆଣିଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଦୁର୍ଘଟଣାଗସ୍ତ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛନ୍ତି।

Comments are closed.