MEllora 950×100

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡ଼ି ଦୁର୍ଘଟଣା; ଗୁରୁତର ଯୁବକ ସୁକାନ୍ତ ବେହେରାଙ୍କ ମୃତ୍ୟୁ     

ଆଠଗଡ଼: ଯାତ୍ରା କଳାକାର ତଥା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘଟଣାରେ ଗଲା ଯୁବକଙ୍କ ଜୀବନ । ଭୁବନେଶ୍ୱରରୁ ଏକ ବିବାହ ଭୋଜି ସାରି ହିନ୍ଦୋଳ ବ୍ଲକ୍ ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା ବଳେ ଆଠଗଡ଼-ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଗୋଟିଏ ବାଇକ୍ ସହିତ ରାଣୀ ପଣ୍ଡାଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାଇକ୍ ଚାଳକ ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ନିକଟସ୍ଥ ରାଜନଗର ଗ୍ରାମର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା ବୋଲି ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ରାଣୀ ପଣ୍ଡା ଓ ଡ୍ରାଇଭରକୁ ଆଠଗଡକୁ ନେଇ ଆସିଥିବା ଆଠଗଡ ଉପଖଣ୍ତ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି । ସେପଟେ ସୁକାନ୍ତ ବେହେରାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

 

Comments are closed.