MEllora 950×100

କୀଟନାଶକ ଉପରେ ସବ୍‍ସିଡି ହଡପ୍‍ ଅଭିଯୋଗ ଆଣିଲା ବିଜେପି

ଆଠଗଡ: ଦୋରଡ ପଞ୍ଚାୟତକୁ ଆଦର୍ଶ ଚାଷଭିତ୍ତିକ ଗ୍ରାମ ଭାବେ ଗ୍ରହଣ କରାଯାଇଥିବା ବେଳେ ସରକାରଙ୍କ ତରଫରୁ ଉକ୍ତ ଗ୍ରାମର ଚାଷୀଙ୍କୁ କୀଟନାଶକ କିଣା ଉପରେ ଦିଆଯିବାକୁ ଥିବା ଏକ ହଜାର ଟଙ୍କା ଲେଖାଏଁ ସବ୍‍ସିଡି ଅର୍ଥ ହଡପ୍‍ କରାଯାଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମକୁ ଆଦର୍ଶ ଚାଷୀଭିତ୍ତିକ ଗ୍ରାମଭାବେ ଘୋଷଣା କରାଯିବା ପରେ ଚାଷଜମି ଗୁଡିକର ମୂର୍ତ୍ତିକା ପରୀକ୍ଷଣ କରାଯାଇଥିଲା ।

ମୂର୍ତ୍ତିକା ପରୀକ୍ଷଣ ପରେ ସେଥିରେ ବ୍ୟବହାର କରିବାକୁ ଥିବା କୀଟନାଶକ ଔଷଧ କିଣିବା ଲାଗି ସରକାରଙ୍କ ପକ୍ଷରୁ ପ୍ରତ୍ୟକ ଚାଷୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସବ୍‍ସିଡି ଦିଆଯିବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଉକ୍ତ ସବ୍‍ସିଡି ଟଙ୍କା ପ୍ରକୃତ ଚାଷୀଙ୍କୁ ଦିଆନଯାଇ ଦଳୀୟ ଭିତ୍ତିରେ କିଛି ଚାଷୀ ଓ ଅଣଚାଷୀଙ୍କ ନାମରେ ମଞ୍ଜୁର କରାଯାଇ ଉକ୍ତ ଅର୍ଥ ଆତ୍ମସାତ୍‍ କରାଯାଇଥିବା ଆଠଗଡ ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ଏକ ସ୍ମାରକପତ୍ର ସହକାରୀ କୃଷି ଅଧିକାରୀ ବ୍ରଜବନ୍ଧୁ ମିଶ୍ରଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି ।

ଏହି ସବ୍‍ସିଡି ଅର୍ଥ ହେରଫେର ଘଟଣାର ବିଧିବଦ୍ଧ ତଦନ୍ତ କରି ପ୍ରକୃତ ହିତାଧିକାରୀ ଚାଷୀଙ୍କୁ ୭ଦିନ ମଧ୍ୟରେ ସବ୍‍ସିଡି ଟଙ୍କା ଦିଆନଗଲେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ତପନ କୁମାର ଲେଙ୍କା, ଦେବରାଜ ସ୍ୱାଇଁ, ମଙ୍ଗୁଳି ଦେହୁରୀ, ମହେଶ୍ୱର ବେହେରା, କବିଚନ୍ଦ୍ର ଲେଙ୍କା, ଅରକ୍ଷିତ ଲେଙ୍କା, ମହେଶ୍ୱର ଲେଙ୍କା, ସୌମ୍ୟ ସ୍ୱାଇଁ, ବିଜୟ ଲେଙ୍କାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଚେତାଇ ଦେଇଛନ୍ତି ।

Comments are closed.