ମହାନଦୀର ମଝିରେ ଅଟକିଥିବା ହାତୀପଲ ଚନ୍ଦକା ଗଲେ

ଗୁରୁଡିଝାଟିଆ/ଆଠଗଡ : ମହାନଦୀର ମେଘା ନିକଟରେ ନଦୀ ଅତିକ୍ରମ କରି ଚନ୍ଦକାଯିବାକୁ ବାହାରିଥିଲେ ହାତୀପଲ। ହେଲେ ନଦୀ ପାର ନହୋଇ ମଝିନଦୀରେ ଥିବା ପଠାରେ ଅଟଳିଯାଇଥିଲେ ହାତୀପଲ। ଯେଉଁଥିରେ ୨୦ଟି ହାତୀ ରହିଥିଲେ। ଘଟଣା ସଂପର୍କରେ ଖବର ପାଇ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତାରୀ ନିଶା ଆଜି ଦିନ ତମାମ ହାତୀପଲ ଙ୍କ ଗତିିବିଧି ଲକ୍ଷ୍ୟ କରିଥିଲେ। ଆଜି ସନ୍ଧ୍ୟାରେ ନଦୀ ପାର ହୋଇ ବାଙ୍କି ଅଞ୍ଚଳକୁ ଗତି କରିଛନ୍ତି ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।
ଯେହେତୁ ହାତୀ ନଦୀ ଅତିକ୍ରମ କରିବା ସମୟରେ ସକାଳ ହୋଇଯାଇଥିଲା ସେଥିପାଇଁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ହାତୀପଲ ମହାନଦୀ ମଝିରେ ଥିବା ପଠାରେ ରହିଯାଇଥିଲେ। ପ୍ରକାଶଯୋଗ୍ୟ ଗତ ସପ୍ତାହ ତଳେ ଖୁଣ୍ଟୁଣୀ ବନାଞ୍ଚଳରୁ ହାତୀଦଳ ଆଠଗଡ ବନାଞ୍ଚଳକୁ ଯାଇଥିଲେ। ଗତ ୨/୩ ଦିନ ଧରି ସୁକାସନ ଜଙ୍ଗଲରେ ରହି ହାତୀପଲ ସ୍ଥାନୀୟ ଅଞ୍ଚଳର ଚାଷକ୍ଷେତକୁ ନଷ୍ଟ କରିଥିଲେ। ହାତୀ ସୁକାସନ ଜଙ୍ଗଲରୁ ମେଘା ଓ ଦାସପୁର ଦେଇ ମହାନଦୀ ପାର ହୋଇ ଚନ୍ଦକା ଜଙ୍ଗଳକୁ ଯିବା ଓ ପୁନର୍ବାର ଆସିବା ହାତୀପଲ ଙ୍କ ପାଇଁ ଏକ ନିତିଦିନିଆ ଘଟଣା। ମହାନଦୀରେ ପାର ହୋଇ ଯାତାୟାତ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ସୁଗମ ଅଟେ। ଏହାଛଡା ହାତୀ ଅନାୟସରେ ନଦୀରେ ପହଁରି ଯାତାୟାତ କରିପାରେ।