ଟ୍ୟାଙ୍କ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ

ମୁମ୍ବଇ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ନିର୍ମିତ ଲେଜର ପରିଚାଳିତ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର (ଏଟିଜିଏମ୍‌)ର ସଫଳ ପରୀକ୍ଷା କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଗୁରୁବାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲାସ୍ଥିତ ଆର୍ମମୋରଡ କ୍ରପସ୍‌ ସେଣ୍ଟର ଆଣ୍ଡ ସ୍କୁଲ (ଏସିସିଆଣ୍ଡଏସ୍)ରେ ପରୀକ୍ଷା କରାଯାଇଛି। ୧୦ ଦିନ ମଧ୍ୟରେ ଏହି କ୍ଷେପଣାସ୍ତ୍ରର ଏହା ଦ୍ବିତୀୟ ସଫଳ ପରୀକ୍ଷା। ଏହି କ୍ଷେପଣାସ୍ତ୍ର ୫ କିମି ଦୂର ଲକ୍ଷ୍ୟଭେଦ କରିପାରିବ। ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଏହି କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିବାବେଳେ ଏହା ନିର୍ଦ୍ଧିଷ୍ଟ ନିଶାଣକୁ ଧ୍ବଂସ କରିଥିଲା। ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି।

Comments are closed.