ପୁଣି ପୁଲିସକର୍ମୀଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ

0

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଲବାମା ଜିଲାର ଜଣେ ପୁଲିସ କର୍ମୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ପୁଲିସ କର୍ମୀ ମୁଦାସିର ଅହମଦ ଲୋନଙ୍କୁ ଆତଙ୍କବାଦୀମାନେ ଗତକାଲି ରାତିରେ ଚୌନାତ୍ତର ସ୍ଥିତ ତାଙ୍କ ବାସଭବନରୁ ଉଠାଇ ନେଇଛନ୍ତି ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀର କୁଲଗାମରେ ଛୁଟି ସାରି ଫେରୁଥିବା ଜଣେ ପୁଲିସକର୍ମୀଙ୍କୁ ଅପହରଣ କରିବା ପରେ ହତ୍ୟା କରାଯାଇଥିଲା।

Leave A Reply