ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଛତିଶଗଡ଼ ସରକାର ରାଜନୀତି କରୁଛନ୍ତି: ଅଟଳଙ୍କ ଝିଆରୀ

0

ରାୟପୁର : ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଛତିଶଗଡ଼ ସରକାର ରାଜନୀତି କରୁଛନ୍ତି ବୋଲି ବାଜପେୟୀଙ୍କ ଝିଆରୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଗତ ୧୦ ବର୍ଷ ମଧ୍ୟରେ ଥରେ ବି ବାଜପେୟୀଙ୍କ ନାମ ମୁଖରେ ନେଇ ନାହାନ୍ତି। କିନ୍ତୁ ଏବେ ରାଜନୈତିକ ଫାଇଦା ବାଇଁ ବାଜପେୟୀଙ୍କ ଚିତାଭସ୍ମକୁ ବ୍ୟବହାର କରୁଛନ୍ତି। ରମଣ ସିଂ ନିଜ ଭାଷଣରେ ଅଟଳଙ୍କ ନାମ କେବେ ନେଇନାହାନ୍ତି, ତାଙ୍କୁ କେବେ ଗୁରୁତ୍ୱ ଦେଇନାହାନ୍ତି। କିନ୍ତୁ ଏବେ ତାଙ୍କ ଚିତାଭସ୍ମକୁ ନେନଇ ରାଜନୀତି କରାଯାଉଛି। ବାଜପେୟୀଙ୍କ ମୃତ୍ୟୁ ପରେ ତାଙ୍କ ନାମ ନେଇ ବିଜେପି ସରକାର ବିଭିନ୍ନ ଯୋଜନା ଆରମ୍ଭ କରୁଛି। ଏହାକୁ ନେଇ ସେ କ୍ରୋଧୀ ଏବଂ ଦୁଃଖୀ ବୋଲି କହିଛନ୍ତି। ଉଲ୍ଲେଖ ଯେ ବିଜେପି ଶାସିତ ଛତିଶଗଡ଼ ସରକାର ନିକଟରେ ରାଜ୍ୟ ରାଜଧାନୀର ନୂଆ ସହର ନୟା ରାୟପୁରକୁ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ‘ଅଟଳ ନଗର’ ବୋଲି ନାମକରଣ କରାଯିବ ବୋଲି ଘୋଷଣା କରିଥିଲେ। ଏହାପରେ ବାଜପେୟୀଙ୍କ ଝିଆରୀ କରୁରା ଶୁକ୍ଳା ନିଜ କ୍ଷୋଭ ବ୍ୟକ୍ତ କରିଛନ୍ତି।

Leave A Reply