ନିର୍ଭୀକ ସଂପାଦକ ; ଅଟଳ ବିହାରୀ ବାଜପେୟୀ

0

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ ଥିଲେ।
ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ ନିଜ ଦକ୍ଷତା ପ୍ରତିପାଦିତ କରି ପାରିଥିଲେ। ଜଣେ ନିର୍ଭୀକ ସଂପାଦକ ଭାବେ ସେ ନିଜପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପରିଥିଲେ । ଛାତ୍ର ଜୀବନ ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ଦେଇଥିଲେ। ଅନେକ ପତ୍ର ପତ୍ରିକାର ସଂପାଦକ ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଥମେ ‘ରାଷ୍ଟ୍ରଧର୍ମ’ ନାମକ ମାସିକ ପତ୍ରିକାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପତ୍ରିକା ଦେଶ ପ୍ରେମର ବାର୍ତ୍ତା ପ୍ରଚାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପରେ ଅଟଳ ବିହାରୀ ଆହ୍ଲାବାଦ ଯାଇ ଦୈନିକ ‘ସ୍ୱରାଜ’, ସାପ୍ତାହିକ ‘ଚେତନା’,’ପଞ୍ଚଜନ୍ୟ’ ଆଦି ପତ୍ରିକାର ସଂପାଦକ ଓ ସଞ୍ଚାଳନ ଦାୟୀତ୍ୱ ତୁଲାଇଥିଲେ।

Leave A Reply