‘ହଜରତଗଞ୍ଜ ଚୌରାହା’ ହେବ ‘ଅଟଳ ଚୌକ୍‍’

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ନୌ ନଗରୀର ପ୍ରାଚୀନ ତଥା ଐତିହ୍ୟ ଛକ ହଜରତଗଞ୍ଜ ଚୌରାହାର ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ଅଟଳ ଚୌକ୍‍’ ନାମରେ ନାମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଆଗ୍ରାର ବଟେଶ୍ୱର ଗ୍ରାମରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପୈତୃକ ଘରକୁ ଏକ ସ୍ମାରକ ଭାବେ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶକୁ ବାଜପେୟୀଙ୍କ କର୍ମଭୂମି କୁହାଯାଉଥିଲା। ତେଣୁ ତାଙ୍କ ସ୍ମୃତିରେ ରାଜ୍ୟସରକାର ବିଭିନ୍ନ ସ୍ମାରକ ସ୍ଥଳ ନିର୍ମାଣ କରିବାର ଯୋଜନା କରିଛନ୍ତି।

Leave A Reply