ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବାତିଲ

0

ନୂଆଦିଲ୍ଲୀ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ବାତିଲ କରି ଦିଆଯାଇଛି। ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗତ ୩୬ଘଣ୍ଟା ମଧ୍ୟରେ ଉଦ୍‍ବେଗଜନକ ରହିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ବଡ଼ ନେତା ଓ ଏମ୍ସ କର୍ତ୍ତୁପକ୍ଷ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏଭଳି ପରିସ୍ଥିତିରେ ଅଗଷ୍ଟ ୧୮ଓ ୧୯ରେ ନୂଆଦିଲ୍ଲୀରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ବାତିଲ କରାଯାଇଛି। ଏପରିକି ବିଜେପି ମୁଖ୍ୟାଳୟରେ ଏ ନିମନ୍ତେ ସାଜସଜ୍ଜାକୁ ମଧ୍ୟ ଖୋଲି ଦିଆଯାଇଛି।

Leave A Reply