ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ : ମିଳିଥିଲା ସ୍କ୍ରିନ୍‍ ଆୱାର୍ଡ଼, ପ୍ରିୟ ଥିଲା ଏହି ଚଳଚ୍ଚିତ୍ର

0

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଜୟନ୍ତୀ ଅବସରରେ ମଙ୍ଗଳବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ହେଉଛି ତାଙ୍କର ୯୪ତମ ଜନ୍ମଦିବସ। ଗତ ଅଗଷ୍ଟ ୧୬ ତାରିଖରେ ସେ ଇହଧାମ ତ୍ୟାଗ କରିଛନ୍ତି। ରାଜନୈତିକ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ ରହିବା ସହିତ ସାମ୍ବାଦିକତା, ସାହିତ୍ୟ, କବିତା ଓ ଚଳଚ୍ଚିତ୍ର ଜଗତ ସହ ମଧ୍ୟ ତାଙ୍କର ନିବିଡ଼ ସମ୍ପର୍କ ଥିଲା। ମନୋରଞ୍ଜନ ଜଗତ ପକ୍ଷରୁ ତାଙ୍କୁ ସ୍କ୍ରିନ୍‍ ଆୱାର୍ଡ଼ ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଚାଲନ୍ତୁ ଜାଣିବା ୨୫ଡିସେମ୍ବର ୧୯୨୪ରେ ଜନ୍ମ ନେଇଥିବା ଦେଶର ଏହି ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ସହ ଜଡ଼ିତ କିଛି ବିଶେଷ କଥା–

ବାଜପେୟୀ ସାଧାରଣତଃ ସାରା ଜୀବନ ରାଜନୀତି କ୍ଷେତ୍ରରେ ବ୍ୟସ୍ତ ରହିଥିଲେ। ସେହି ବ୍ୟସ୍ତବହୁଳ ଜୀବନରୁ ସମୟ ମିଳିଲେ ସେ ବହି ପଢିବା ଓ କବିତା ଲେଖିବା ସହ କିଛି ଚଳଚ୍ଚିତ୍ର ମଧ୍ୟ ଦେଖୁଥିଲେ। ‘ଦେବଦାସ’, ‘ବନ୍ଦଗୀ’ ଓ ‘ତିସରୀ କସମ’ ଆଦି ବାଜପେୟୀଙ୍କର ପ୍ରିୟ ଚଳଚ୍ଚିତ୍ର ଥିଲା। ଇଂରାଜୀରେ ‘ଦ ବ୍ରିଜ୍‍ ଅନ୍‍ ଦ ରିଭର୍‍ କ୍ୱାଇ’ତାଙ୍କର ପ୍ରିୟ ଚଳଚ୍ଚିତ୍ର ଥିଲା। ‘ବର୍ନ ଫ୍ରୀ’ ଓ ‘ଗାନ୍ଧୀ’ ଚଳଚ୍ଚିତ୍ର ମଧ୍ୟ ତାଙ୍କର ପସନ୍ଦ ଥିଲା।

ମିଳିଥିଲା ସ୍କ୍ରିନ୍‍ ଆୱାର୍ଡ଼ :

image courtesy-aajtak

ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାଙ୍କର କବିତାକୁ ନେଇ ବହୁତ ମ୍ୟୁଜିକ୍‍ ଆଲବମ୍‍ ନିର୍ମାଣ କରାଯାଇଥିଲା। ଜଗଜିତ୍‍ ସିଂହ ମଧ୍ୟ ବାଜପେୟୀଙ୍କ କବିତା ଗୁଡ଼ିକୁ ଆଲବମ୍‍ ‘ନଇ ଦିଶା’ରେ ସାମିଲ କରିଥିଲେ। ୧୯୯୯ରେ ପ୍ରସ୍ତୁତ ହୋଇଥିବା ଏହି ଆଲବମ୍‍ କୁ ବେଷ୍ଟ ନନ୍‍ ଫିଲ୍ମ ଲିରିକ୍ସ କ୍ୟାଟେଗୋରୀରେ ସ୍କ୍ରିନ୍‍ ଆୱାର୍ଡ଼ ଦିଆଯାଇଥିଲା। ରାଜନେତା ହୋଇ ମଧ୍ୟ ମନୋରଞ୍ଜନ ଜଗତର ଏହି ଆୱାର୍ଡ଼ ପାଇଥିବା ପ୍ରଥମ ବ୍ୟକ୍ତି ଥିଲେ ବାଜପେୟୀ। ହେଲେ ବ୍ୟସ୍ତତା କାରଣରୁ ସେ ସେହି ସମାରୋହରେ ସାମିଲ ହୋଇପାରି ନଥିଲେ। ପରେ ତାଙ୍କ ବାସଭବନରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ହେମାଙ୍କ ଗୋଟିଏ ଚଳଚ୍ଚିତ୍ରକୁ ୨୫ଥର ଦେଖିଥିଲେ :

image courtesy-online vinyl shop Buy viny

ବଲିଉଡ଼ ଅଭିନେତ୍ରୀ ହେମାମାଲିନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୀତା ଔର୍‍ ଗୀତା’ ତାଙ୍କର ଏତେ ପସନ୍ଦ ଥିଲା ଯେ ସେ ଏହି ଚଳଚ୍ଚିତ୍ରକୁ ୨୫ଥର ଦେଖିଥିଲେ। ବିଜେପି ସାଂସଦ ହେମାମାଲିନୀ ଏକ କାର୍ଯ୍ୟକ୍ରମରେ ନିଜେ ଏହି ସୂଚନା ଦେଇଥିଲେ।

Leave A Reply