ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗରିବଙ୍କୁ କମ୍ବଳ ବଣ୍ଟନ

ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ତରଡିଙ୍ଗ ଗ୍ରାମର ଦଳିତ ସାହିରେ ରବିବାର ଗରିବଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ମାନସ ରଞ୍ଜନ ବସ୍ତିଆ ତରଡିଙ୍ଗ ଦଳିତ ସାହିର ଗରିବ ଲୋକଙ୍କୁ ଭେଟି ସେମାନଙ୍କର ସୁଖଦୁଃଖ ବୁଝିବା ସହ ୩୦ଟିରୁ ଉର୍ଦ୍ଧ ପରିବାରଙ୍କୁ କମ୍ବଳ ବଣ୍ଟନ କରିଥିଲେ। ବିକାଶ ମଞ୍ଚର ଉପଦେଷ୍ଟା ମାଗୁଣି ଚରଣ ରାଉତ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଦଳିତ ସାହିର କମ୍ବଳ ପାଇଥିବା ଗରିବ ଶ୍ରେଣୀର ଲୋକେ ବିକାଶ ମଞ୍ଚ ଓ ଏହାର ସଭାପତି ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Comments are closed.