ଭଙ୍ଗା ଗାଡିରେ କାଠ ଚୋରା ଚାଲଣ – ଖସିଗଲେ ଚାଲାଣକାରୀ

ସମ୍ବଲପୁର – ଓଡିଶା ବନ ଓ ଭିଜିଲାନ୍ସ ବିଭାଗର ମିଳିତ ଚଢ଼ଉ ସମୟରେ ଏକ ଗାଡି ସମେତ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି । ପ୍ରାପ୍ତସୁଚନାନୁଯାୟୀ, ସୋମବାର ମିଳିତ ଚଢ଼ଉ ସମୟରେ ଏକ ଟାଟା ୨୦୭ ପିକ ଅପ ଭ୍ୟାନ (ଓଆର – ୧୭ – ଏଫ – ୦୯୧୫) ଜରିଆରେ ୨୨ କୁଇଣ୍ଟାଲ ର୍କୁଡୁ କାଠ ଚାଲାଣ ହେଉଥିବାର ଖବର ପାଇ ଚେକିଂ ଅଭିଯାନ ଚଳାଇଥିଲେ ।

ଏହି କ୍ରମରେ ସଦର ଥାନାଞ୍ଚଳ ଅର୍ନ୍ତଗତ ହୁତୁମା ଗ୍ରାମ ଠାରେ ଉକ୍ତ ଗାଡିରୁ ବିଭିନ୍ନ ସୌଖୀନ ଆସବାପତ୍ର ଏବଂ ଖେଳଣା ନିର୍ମାଣ ନିମନ୍ତେ ନିଆଯାଉଥିବା ବେଳେ ମିଳିତ ଦଳ ଦ୍ୱାରା ଧରାପଡିଥିଲା । ଜବତ କାଠ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ସିଂହଭାଗ କାଠ ଚାଲାଣ ସମୟରେ ଲକ୍ଷାଧିକ ଟଙ୍କାର ଗାଡି, କାଠ, ଯନ୍ତ୍ରପାତି ଆଦି ଜବତ ହେଉଥିବା ବେଳେ କିନ୍ତୁ ଅଭିଯୁକ୍ତ ମାନେ ଧରାପଡୁ ନାହିଁ ।

#odisha #sambalpur

Comments are closed.