ଆସାମ : ଗ୍ରେନେଡ ବିସ୍ଫୋରଣରେ ୮ ଆହତ

ଗୁଆହାଟୀ : ଆସାମର ଗୌହାଟୀ ସହରର ଜୁ-ରୋଡ ନିକଟରେ ବୁଧବାର ରାତିରେ ଏକ ଗ୍ରେନେଡ ବିସ୍ଫୋରଣରେ ପ୍ରାୟ ୮ ଜଣ ଆହତ ହୋଇଥିବା ଜଣାପଡିଛି ।  ବେଆଇନ ଘୋଷିତ ଆସାମ ଉଲଫା ଗୋଷ୍ଠୀ ଏହି ଗ୍ରେନେଡ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।
ରାତି ପ୍ରାୟ ୮ଟା ସୁଦ୍ଧା ଏକ ବ୍ୟସ୍ତ ବହୁଳ ରାସ୍ତାରେ ଏହି ବିସ୍ଫୋରଣ ଘଟିଥିବା ଜଣା ପଡିଛି । ଏଥିରେ ଜଣେ ଶିଶୁ ଆହତ ହୋଇଛି । ଆହତ ମାନଙ୍କୁ ଗୌହାଟୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ  ଏହାର ତୀବ୍ର ନିନ୍ଦା କରିଛନ୍ତି । ଘଟଣାର ତଦନ୍ତ ଆଦେଶ ଦିଆଯାଇଛି।

Comments are closed.