ମିନିବସକୁ ଧକ୍କା ଦେଲା ଟ୍ରେନ; ୨୯ ଶିଖ ତୀର୍ଥଯାତ୍ରୀ ମୃତ

ପାକିସ୍ତାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଏକ ଶିଖ ତୀର୍ଥଯାତ୍ରୀ ଗାଡ଼ିକୁ ଧକ୍କା ଦେବା ଫଳରେ ଅନ୍ୟୂନ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାଟି ପାକିସ୍ତାନର ଶେଖପୁରା ନିକଟରେ ଘଟିଛି ।

ଏହି ଘଟଣାରେ ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଆହତମାନଙ୍କର ଦୃତ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ସକାଳେ ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଲାହୋରଠାରୁ ୬୦ କିଲୋମିଟର ଦୂରରେ ଥିବା ଫାରୁକାବାଦ ଠାରେ ଜଗୁଆଳୀବିହୀନ ରେଲୱେ ଫାଟକକୁ ଅତିକ୍ରମ କରିବା ବେଳେ ଏହି ଘଟଣା ଘଟିଥିଲା । ତୀର୍ଥଯାତ୍ରୀମାନେ ପେଶୱାରରୁ ଯାଉଥିଲେ । ଏହି ସମୟ​‌ରେ କରାଚି-ଲାହୋର ଶାହା ହୁସେନ ଏକ୍ସପ୍ରେସ ବସଟିକୁ ଧକ୍କା ଦେଇଥିଲା ।

Comments are closed.