ବର୍କିନା ଫାଶୋରେ ଆକ୍ରମଣ – ୨୯ ମୃତ

0

ନୂଆଦିଲ୍ଲୀ: ବର୍କିନା ଫାଶୋରେ ଦୁଇଟି ପୃଥକ ଆକ୍ରମଣ ଘଟଣାରେ ଅତି କମରେ ୨୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଜଣେ ସରକାରୀ ମୁଖପାତ୍ର କହିଛନ୍ତି ୧୫ ଜଣ ଯାତ୍ରୀ ଯାଉଥିବା ଏକ ଗାଡ଼ି ଗୋଟିଏ ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀ ଉପରେ ଚଢ଼ିଯିବା ପରେ ବିସ୍ଫୋରଣ ଘଟିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଦ୍ୱିତୀୟ ଘଟଣାରେ ଖାଦ୍ୟ ସାମଗ୍ରୀ ଭ୍ୟାନ୍‍ଗୁଡ଼ିକ ଉପରେ ଆକ୍ରମଣରେ ୧୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ବର୍କିନା ଫାଶୋ ୨୦୧୫ ମସିହାରୁ ଇସ୍‍ଲାମୀୟ ଉଗ୍ରବାଦୀମାନଙ୍କ ସହ ଲଢ଼ି ଆସୁଛି। ଏହା ବିଶ୍ୱର ସବୁଠୁ ଦରିଦ୍ର ଦେଶ ଭାବେ ବିବେଚିତ ହୋଇଆସୁଛି।

Leave A Reply