ଗଙ୍ଗା ନଦୀରେ ବୁଡ଼ିଲା ଡ଼ଙ୍ଗା: ୬ ମହିଳା ଓ ୩ ଶିଶୁଙ୍କ ସହ ୨୩ଜଣଙ୍କ ସଲିଳ ସମାଧି

ଢାକା : ସୋମବାର ବାଂଲାଦେଶରେ ଏକ ଭୟଙ୍କର ଡଙ୍ଗା ବୁଡ଼ିରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ଗଙ୍ଗା ନଦୀରେ ଡଙ୍ଗାଟି ଅନ୍ୟ ଏକ ଡଙ୍ଗା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟ ମଧ୍ୟରେ ୧୦୦ଜଣ ଲୋକ ଡଙ୍ଗାରେ ଥିଲେ। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ତିନି ଜଣ ଶିଶୁ ଅଛନ୍ତି। ବାଂଲାଦେଶର ଆଭ୍ୟନ୍ତରୀଣ ଜଳ ପରିବହନ ପ୍ରାଧିକରଣ (ବିଆଇଡବ୍ଲ୍ୟୁଟିଏ) ମୁଖ୍ୟ ଗୋଲାମ ସାଦିକ କହିଛନ୍ତି ଯେ ଭରପୂର ଯାତ୍ରୀଙ୍କ ଡଙ୍ଗା ଅନ୍ୟ ଏକ ଡଙ୍ଗା ସହିତ ଧକ୍କା ହୋଇ ପାଣି ଭିତରେ ବୁଡ଼ି ଯାଇଥିଲା।

ଢାକା ଶ୍ୟାମବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ବିଆଇଡବ୍ଲ୍ୟୁଟିଏର ପରିବହନ ଇନ୍ସପେକ୍ଟର କହିଛନ୍ତି ଯେ ମର୍ନିଙ୍ଗ ବାର୍ଡ ନାମକ ଏକ ଡଙ୍ଗା ମୁନ୍‌ସିଗଞ୍ଜରୁ ସଦରଘାଟ ଅଭିମୁଖେ ଯାଉଥିଲା। ସେହି ସମୟରେ ଚନ୍ଦ୍ରପୁରରୁ ଆସୁଥିବା ମୋୟୁରୀ-୨ ନାମକ ଏକ ଡଙ୍ଗା ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ ମର୍ନିଂ ବାର୍ଡ ନାମକ ଡଙ୍ଗା ବୁଡ଼ିଗଲା। କିଛି ଲୋକ ପହଁରି ନିଜ ଜୀବନ ରକ୍ଷା କରିଥିବାବେଳେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କେତେ ଲୋକ ଉଦ୍ଧାର ହୋଇଛନ୍ତି ଏବଂ କେତେଜଣ ନିଖୋଜ ଅଛନ୍ତି ତାହା ଜଣା ପଡିନାହିଁ ବୋଲି ପ୍ରଶାସନ କହିଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ନୌସେନା, କୋଷ୍ଟ ଗର୍ଡ ଏବଂ ଫାୟାର ସର୍ଭିସର ଦଳ ଏଥିରେ ନିୟୋଜିତ ହୋଇଛନ୍ତି।

Comments are closed.