ଲକ୍ଷଣ ନ ଥିବା ବ୍ୟକ୍ତିଙ୍କଠାରୁ କରୋନା ସଂକ୍ରମଣ ଆଶଙ୍କା କମ

ଜେନେଭା: କୋବିଦ ୧୯ ସଂକ୍ରମିତ ହୋଇଥିବା ସତ୍ବେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଇ ନାହିଁ, ସେମାନଙ୍କଠାରୁ ସଂକ୍ରମଣ ଆଶଙ୍କା ତୁଳନାତ୍ମକ ଭାବରେ କମ୍ ବୋଲି ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ସୋମବାର ସଙ୍ଗଠନ ପକ୍ଷରୁ ଡ଼ା. ମାରିଆ ଭାନ୍ କୋରକୋଭ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କିଛି ଲୋକ, ବିଶେଷକରି ସ୍ବାସ୍ଥ୍ୟବାନ ଯୁବଗୋଷ୍ଠୀ କରୋନା ସଂକ୍ରମିତ ହୋଇଥିଲେ ହେଁ ସେମାନଙ୍କ ନିକଟରେ ସଂକ୍ରମଣ ଲକ୍ଷଣ ଦେଖାଯାଏ ନାହିଁ କିମ୍ବା ଅତି ଅଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ । ସେମାନେ ସଂକ୍ରମିତ ହୋଇଥିଲେ ହେଁ ରୋଗ ପ୍ରତିରୋଧ ଶକ୍ତି ପ୍ରଖର ଥିବାରୁ ସେମାନଙ୍କଠାରେ କ୍ବଚିତ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥାଏ । ସେମାନେ ହୁଏତ ଅନ୍ୟକୁ ସଂକ୍ରମିତ କରିପାରନ୍ତି, କିନ୍ତୁ ସେମାନେ ସଂକ୍ରମଣର ମୁଖ୍ୟ କାରକ ହୋଇ ନ ପାରନ୍ତି ବୋଲି ଡ଼ା. ମାରିଆ କହିଛନ୍ତି ।

Comments are closed.