୨୬ ବର୍ଷ ପରେ ହର୍ଷଦ ମେହେଟ୍ଟାଙ୍କ ଭାଇଙ୍କୁ ଆଶ୍ୱସ୍ତି

0

ମୁମ୍ବଇ: ପ୍ରତିଭୂତି ଦୁର୍ନୀତି ଘଟଣାର ମୁଖ୍ୟ କାରପଟଦାର ହର୍ଷଦ ମେହେଟ୍ଟାଙ୍କ ଭାଇ ଅଶ୍ୱିନ ମେହେଟ୍ଟାଙ୍କୁ ୨୭ ବର୍ଷ ପରେ ଆଶ୍ୱସ୍ତି ମିଳିଛି। ୧୯୯୨ରେ ହୋଇଥିବା ଏହି ଦୁର୍ନୀତିରେ ଅଶ୍ୱିନଙ୍କ ସମେତ ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ୮ ଜଣ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହେବା ପରେ ସେମାନଙ୍କୁ ନିର୍ଦୋଷ ଘୋଷଣା କରାଯାଇଥିବା ବିଚାରପତି ଶାଳିନୀ ଫାନସାଲକାର କହିଛନ୍ତି।
ଏହି ଦୁର୍ନୀତିର ତଦନ୍ତ ଭାର ନେଇଥିବା ସିବିଆଇ ତାର ଚାର୍ଜସିଟ୍‍ରେ ଦର୍ଶାଇଥିଲା ଯେ ଏସ୍‍ବିଆଇର ମୁମ୍ବଇ ସ୍ଥିତ ମୁଖ୍ୟାଳୟରୁ ୨୪ଟି ଆକାଉଣ୍ଟରୁ କାରବାର ହୋଇଥିଲା। ଏଥିରେ ବ୍ୟାଙ୍କର ଆଠଜଣ ଅଧିକାରୀ ଓ ଅଶ୍ୱିନ ଜଡ଼ିତ ଥିଲେ। ୨୦୦୧ରେ ହର୍ଷଦ ମେହେଟ୍ଟାଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ସିବିଆଇ ବନ୍ଦ କରିଥିଲା।

Leave A Reply