୨୫୬ଜିବି ଷ୍ଟୋରେଜ୍‍ ୮ଜିବି ରାମ୍‍, ‘ଆସସ୍‍ ଜେନ୍‍ଫୋନ୍‍ ୫-ଜେଡ୍‍’ର ବଜାର ପ୍ରବେଶ

0

ନୂଆଦି୍‍ଲ୍ଲୀ: କିଛିଦିନ ତଳେ ମୋବାଇଲ୍‍ ତଥା କମ୍ପ୍ୟୁଟରର ବିଭିନ୍ନ ଉପକରଣ ନିର୍ମାଣକାରୀ କମ୍ପାନୀ ଆସସ୍‍ ଭାରତରେ ନୂଆ ଫ୍ଲାଗ୍‍ସିପ୍‍ ‘ଆସସ୍‍ ଜେନ୍‍ ଫୋନ୍‍ ୫-ଜେଡ’୍‍ ଲଞ୍ଚ୍‍ କରିଥିଲା। ଏହାର ୬ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜ୍‍ ବିଶିଷ୍ଟ ମଡେଲ୍‍ର ବିକ୍ରି ହୋଇଥିଲାବେଳେ ସୋମବାର ଠାରୁ ଆସସ୍‍ ଜେନ୍‍ ଫୋନ୍‍ ୫ଜେଡ୍‍ର ୮ଜିବି ରାମ୍‍ ୨୫୬ଜିବି ଷ୍ଟୋରେଜ୍‍ ଫୋନ୍‍ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ଏହି ଫୋନ୍‍ର ବିଶେଷତ୍ୱ ହେଉଛି, ଏଥିରେ କ୍ୱାଲକମ୍‍ ସ୍ନାପଡ୍ରାଗନ୍‍ ୮୪୫ପ୍ରୋସେସର୍‍ ଏବଂ ୧୯:୯ ଆସପେକ୍ଟ ରେସିୟୋ ଡିସ୍‍ପ୍ଳେ ରହିଛି।
‘ଆସସ୍‍ ଜେନ୍‍ଫୋନ୍‍ ୫ଜେଡ୍‍’ର ମୂଲ୍ୟ
ଆସସ୍‍ ଜେନ୍‍ଫୋନ୍‍ ୬ଜିବି ରାମ୍‍ ଏବଂ ୬୪ଜିବି ଷ୍ଟୋରେଜ୍‍ର ମୂଲ୍ୟ ୨୯,୯୯୯ଟଙ୍କା ରହିଛି। ଏହାର ୬ଜିବି ରାମ୍‍, ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୨,୯୯୯ଟଙ୍କା ଏବଂ ୮ଜିବି ରାମ୍‍, ୨୫୬ଜିବି ଷ୍ଟୋରେଜ୍‍ ମଡେଲ୍‍ର ମୂଲ୍ୟ ୩୬,୯୯୯ଟଙ୍କା। ଏହି ଫୋନ୍‍ ଆପଣ ଫ୍ଲିପକାର୍ଟରୁ କିଣିପାରିବେ। ଫୋନ୍‍ ସହିତ ଆକ୍ସିସ୍‍ ବ୍ୟାଙ୍କ୍‍ର କ୍ରେଡିଟ୍‍ କାର୍ଡ ଏବଂ ଡେବିଟ୍‍ କାର୍ଡରେ ୨,୦୦୦ଟଙ୍କାର ରିହାତି ପାଇପାରିବେ। ଆକ୍ସିସବ୍ୟାଙ୍କ ବଜ୍‍ କ୍ରେଡିଟ କାର୍ଡରେ ୫ପ୍ରତିସତ ଅଧିକ ରିହାତି ପାଇପାରିବେ। ଏହାସହିତ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍‍ ମିଳିବ।
‘ଆସସ୍‍ ଜେନ୍‍ଫୋନ୍‍ ୫ଜେଡ’୍‍ର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ୍‍ ସପୋର୍ଟ, ଆଣ୍ଡ୍ରଏଡ୍‍ ଓରିୟୋ ୮.୦, ୬.୨ଇଞ୍ଚ୍‍ ୧୦୮୦/୨୨୪୬ପିକ୍ସେଲ ଫୁଲ ଏଚଡି ପ୍ଲସ୍‍ ଡିସ୍‍ପ୍ଲେ, କ୍ୱାଲାକମର ସ୍ନାପଡ୍ରାଗନ୍‍ ୮୪୫ ପ୍ରେସେସର୍‍, ଗ୍ରାଫିକ୍ସ ପାଇଁ ଆଡ୍ରେନୋ ୬୩୦ ଜିପିୟୁ, ୮ଜିବି ରାମ୍‍ ଏବଂ ୨୫୬ ଜିବି ଷ୍ଟୋରେଜ୍‍ ମିଳିବ। ଏଥିରେ ଡୁଆଲ ରିୟର୍‍ କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ୍‍ର ହୋଇଥିଲାବେଳେ ଅନ୍ୟଟି ୮ମେଗାପିକ୍ସେଲ୍‍ର। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର। ଏଥିରେ ଆଗ କ୍ୟାମେରା ସହିତ ଫେସ୍‍ ଅନଲକ ଫିଚର ପାଇପାରିବେ। ଏହି କ୍ୟାମେରାରେ ୪କେ ଭିଡିଓ ମଧ୍ୟ ଉଠାଇପାରିବେ। ଏହି ଦୁଇଟି ଯାକ କ୍ୟାମେରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‍ ସପୋର୍ଟ କରୁଛି। ଅଳ୍ପ ଆଲୋକରେ ମଧ୍ୟ ଏଥିରେ ଭଲ ଫଟୋ ଉଠାଇପାରିବେ।

‘ଆସସ୍‍ ଜେନଫୋନ୍‍ ୫ଜେଡ୍‍’ ବ୍ୟାଟେରୀ ଏବଂ ସଂଯୋଗ
ଏହି ଫୋନ୍‍ରେ ଆପଣ ୩୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ପାଇପାରିବେ। ଯାହା କ୍ୱିକ୍‍ ଚାର୍ଜିଙ୍ଗ୍‍ ୩.୦ର ସପୋର୍ଟ ରହିବ। ସଂଯୋଗ ପାଇ ଡୁଆଲ ୪ଜି ଭୋଲ୍ଟି, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍‍, ଏଫଏମ୍‍ ରେଡିଓ, ୟୁଏସବି ଟାଇପ୍‍-ସି ଏବଂ ୩.୫ଏମ୍‍ଏମ୍‍ ହେଡ୍‍ଫୋନ୍‍ ଜ୍ୟାକ୍‍ ପାଇପାରିବେ। ବ୍ୟାଟେରୀ ସହିତ ଏଆଇ ଫାଷ୍ଟ ଚାର୍ଜିଙ୍ଗ୍‍ ସପୋର୍ଟ ମିଳିବ। ଫୋନ୍‍ ସହିତ ହେଡଫୋନ୍‍ ପାଇପାରିବେ। ଫିଙ୍ଗରପ୍ରିଣ୍ଟ ସେନସର ଏବଂ ଫେସ୍‍ ଅନଲକ୍‍ ରହିଛି, ଯହା ୦.୩ସେକେଣ୍ଡ୍‍ ମଧ୍ୟରେ ଆକ୍‍ଟିଭ୍‍ ହୋଇଯିବ।

Leave A Reply