ଭାରତୀୟ ବଜାରକୁ ଆସିଲା ୫୦୦୦ଏମ୍‍ଏଚ୍‍ ବ୍ୟାଟେରୀ ଥିବା ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ ନୀଳ ରଙ୍ଗର ଫୋନ୍‍

0

ନୂଆଦିଲ୍ଲୀ : ଶାଓମୀ ରେଡମି ନୋଟ୍‍-୫ ପ୍ରୋକୁ ଟକ୍କର ଦେବାପାଇଁ ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ ଏବେ ନୂଆରଙ୍ଗରେ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହା ପୂର୍ବରୁ ଏହିଫୋନ୍‍ କଳା ଏବଂ ଧୂସର ରଙ୍ଗରେ ଉପଲବ୍ଧ ଥିଲା। ଆସସ୍‍ ଜେନ୍‍ଫୋନ୍‍ ଚଳିତବର୍ଷ ମଇ ମାସରେ ଭାରତୀୟ ବଜାରକୁ ପ୍ରବେଶ କରିଥିଲା। ଏହି ଫୋନ୍‍ର ଖାସ କଥା ହେଉଛି ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ ସ୍ନାପଡ୍ରାଗନ ୬୩୬ ପ୍ରୋସେସର ରହିଛି।
ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ର ବିଶେଷତ୍ୱ
ଏହି ଫୋନ୍‍ରେ ଡୁଆଲ ସିମ୍‍ ସପୋର୍ଟ, ଓଏସ୍‍ ଆଉଟ ଅଫ ବକ୍ସ ଆଣ୍ଡ୍ରଏଡ ଓରିୟୋ ୮.୧, ୫.୯୯ଇଞ୍ଚ୍‍ର ଫୁଲ ଏଚ୍‍ଡି ପ୍ଲସ୍‍ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍‍ ୧୦୮୦/୨୧୬୦ପିକ୍ସଲ୍‍ ଏବଂ ଆସପେକ୍ଟ ରେସିଓ ୧୮:୯ ରହିଛି। ଏହାବ୍ୟତୀତ ଫୋନରେ ଅକ୍ଟାକୋର କ୍ୱାଲାକମ ସ୍ନାପଡ୍ରାଗନ ୬୩୬ ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡେ୍‍ରନୋ ୫୦୯ଜିପିୟୁ ରହିଛି।
ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ ର କ୍ୟାମେରା
ଏଥିରେ ଡୁଆଲ କ୍ୟାମେରା ସେଟଅପ ରହିଛି ଯେଉଁଥିରୁ ଗୋଟିଏ ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର। ଉଭୟ କ୍ୟାମେରା ରେ ଏଲଇଡି ଫ୍ଲାସଲାଇଟ୍‍ର ସୁବିଧା ଦିଆଯାଇଛି। ଏହି ଫୋନ୍‍ ୩ଜିବି ରାମ୍‍, ୪ଜିବି ରାମ ଏବଂ ୬ଜିବି ରାମ ଓ ୩୨/୬୪ଜିବି ଷ୍ଟୋରେଜରେ ଉପଲବ୍ଧ। ଯାହାକୁ ୨ଟିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନ୍‍ରେ ୫୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି ଯାହା ସହିତ ଆପଣ ୧୦ୱାଟ୍‍ ଚାର୍ଜର ପାଇପାରିବେ।
ଫୋନ୍‍ରେ ସଂଯୋଗ ପାଇଁ ୪ଜି ଏଲଟିଇ, ୱାଇଫାଇ ୮୦୨.୧୧ ଏ/ବି/ଜି/ଏନ୍‍, ୱାଇ-ଫାଇ, ବ୍ଲୁଟୁଥ ୪.୨, ଜିପିଏସ/ଏ-ଜିପିଏସ୍‍, ୩.୫ଏମଏମର ହେଡଫୋନ୍‍ ଜ୍ୟାକ, ଟିପଚିହ୍ନ ସେନ୍‍ସର, ଫେସଅନଲକ୍‍ ରହିଛି। ଆସସ୍‍ ଜେନ୍‍ଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ର ୩ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜର ମୂଲ୍ୟ ୧୦,୯୯୯ଟଙ୍କା, ଏହାର ୪ଜିବି ରାମ ୩୨ଜିବି ଷ୍ଟୋରେଜ୍‍ର ମୂଲ୍ୟ ୧୨,୯୯୯ଟଙ୍କା ଏବଂ ଫୋନ୍‍ର ୬ଜିବି ରାମ୍‍ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪,୯୯୯ଟଙ୍କା।

Leave A Reply