ଆସିଲା ଆଷ୍ଟର୍ନ ମାର୍ଟିନର ନୂଆ କାର

0

ନୂଆଦିଲ୍ଲୀ : ବ୍ରିଟେନ୍‍ ଅଟୋମୋବାଇଲ କମ୍ପାନୀ ଆଷ୍ଟର୍ନ ମାର୍ଟିନ ନିଜର ସ୍ପୋର୍ଟ କାର ବ୍ୱେଣ୍ଟେଜର ନୂତନ ସଂସ୍କରଣ ଭାରତରେ ବଜାର ପ୍ରବେଶ କରାଇଛି। ଏହି କାରର ମୂଲ୍ୟ ୨.୮୬ କୋଟି ଟଙ୍କା ରହିଛି। ଏହା ପୂର୍ବରୁ ୨୦୧୬ରେ ଆଷ୍ଟର୍ନ ମାର୍ଟିନ ନିଜର ଡିବି ୧୧ର ବଜାର ପ୍ରବେଶ କରାଇଥିଲା। ଆଗାମୀ କିଛି ବର୍ଷ ମଧ୍ୟରେ କମ୍ପାନୀ ଭାରତରେ ନିଜର ସ୍ଥିତି ମଜବୁତ କରାଇବା ପାଇଁ ଯୋଜନା ରଖିଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଭାରତକୁ ଏସିଆର ଏକ ମଜବୁତ ବଜାର ହିସାବରେ ଦେଖି ଆମେ ଭବିଷ୍ୟତରେ ବ୍ୟବସାୟ କରିବା ପାଇଁ ଚେଷ୍ଟା କରୁଛି। ଏହି କାର ଦେଖିବାକୁ ବହୁ ଆକର୍ଷଣୀୟ ସହ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। କାରର ମୂଲ୍ୟ ଅଧିକ ରହିଥିବାରୁ ସାଧାରଣ ଲୋକଙ୍କ ପାଇଁ କିଣିବା କଷ୍ଟକର ହୋଇଥାଏ।

Leave A Reply