ଜ୍ୟୋତିଷ ଶାସ୍ତ୍ର- ଭାରତ ପରବର୍ତ୍ତୀ ୫ ବର୍ଷ

ଭାରତର ପରବର୍ତ୍ତୀ ୫ ବର୍ଷ ନେଇ ଜ୍ୟୋତିଷଶାସ୍ତ୍ରୀମାନେ ଭବିଷ୍ୟକୁ ଏକ ପ୍ରକାର ଆକଳନ କରିଛନ୍ତି । ଏହାକୁ ଭାରତର କୁଣ୍ଡଳୀ ଗଣନା ବୋଲି ବି କୁହାଯାଉଛି । ଭାରତର କୁଣ୍ଡଳୀ ଲଗ୍ନରେ ବୃଷବ ରହିଛି ।ଏହାର ରାଶି କର୍କଟ । ଚନ୍ଦ୍ରଗଣନାରେ ନକ୍ଷତ୍ର ପୁଷ୍ୟା । ଭାରତର କୁଣ୍ଡଳୀ ଗଣନାରେ ପ୍ରାଣ ଉର୍ଜା ହେଉଛନ୍ତି ଶନି ଦେବ । ସ୍ୱାଧୀନତାଠାରୁ ଆଜି ପର୍ଯ୍ୟନ୍ତ ଗଣନା କଲେ ଭାରତ ଅଖଣ୍ଡ ହୋଇ ରହିବ । ଏହା କେବଳ ଶନିଦେବଙ୍କର ଶୁଭ ଦୃଷ୍ଟି ଯୋଗୁଁ ସମ୍ଭବ ।

ବର୍ତମାନର ସ୍ଥିତିରେ ଭାରତର କୁଣ୍ଡଳୀରେ ବୃହସ୍ପତି ଚନ୍ଦ୍ରମାରେ ରହିଛନ୍ତି । ଏପରି ସ୍ଥିତିରେ ସେ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ରହିବେ । ଏହାକୁ ଶୁଭ କି ଅଶୁଭ କୁହାଯାଇପାରିବ ନାହିଁ । ମାତ୍ର ଏହା ଏକ ପ୍ରକାର ସନ୍ତୁଳନ ରକ୍ଷା କରାଯାଇ ପାରିବ ।
ଏହି ସମୟରେ ଦେଶରେ ଅନେକ ପ୍ରକାରର ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଇ ପାରିବ । ବିଜ୍ଞାନ, ସୂଚନା ପର୍ଯ୍ୟୁକ୍ତିରେ ସଫଳତା ମିଳିବ । ନାରୀ ସଶକ୍ତି କରଣ, ଜଳ ସମ୍ପଦର ବିକାଶ, ନଦୀ ସ୍ୱଚ୍ଛତାରେ ଅନେକ କାର୍ଯ୍ୟ ସମ୍ଭବ ହେବ ।

ଗଣତନ୍ତ୍ର ଆହୁରି ମଜବୁତ ହେବ । ରାଜନୀତିରେ ସ୍ଥିରତା , ପଡୋଶୀ ପାକିସ୍ତାନ ଓ ଚୀନ ସହ ସମ୍ପର୍କରେ ସାମାନ୍ୟ ତିକ୍ତତା ଦେଖିବାକୁ ମିଳିପାରେ । ଶନିଙ୍କ ସୁ ପ୍ରଭାବରୁ ଏଥିରେ ସଫଳତା ମିଳିବ ।

Comments are closed.