ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବାସୁଦେବ ସାହୁ

ସୋର: ସୋର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଲ୍ ପାସ୍ କରାଇଦେବାକୁ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡିଏସପି ଏସକେ ସାମନ୍ତରାୟଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଏକ ରାସ୍ତା କାମ ବିଲ୍ ପାସ୍ କରାଇଦେବାକୁ ସନ୍ତୋଷ ନାୟକ ନାମକ ଜଣେ ଠିକାଦାରଙ୍କୁ ବାସୁଦେବ ଲାଞ୍ଚ ମାଗିଥିଲେ। ଏହାପରେ ସନ୍ତୋଷ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଯନ୍ତ୍ରୀ ବାସୁଦେବ ସନ୍ତୋଷଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା।

Comments are closed.